ବିଜେଡ଼ିର ବିଜେପୁର ବିଜୟ
ଭୁବନେଶ୍ବର : ବିଜେପୁର ବିଜେଡିର ପ୍ରାର୍ଥିନୀ ରୀତା ସାହୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଲାଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ତତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଫୋନ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ବିଜେପୁର ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ଦଳର ବିଜୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଆଜି ଅପରାହ୍ନ ୫.୩୦ ମିନିଟରେ ଗଣମାଧ୍ୟମକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।
Comments are closed.