ଧାର୍ଯ୍ୟ ଧାନ ସଂଗ୍ରହ କରିବା ପାଇଁ ପ୍ରସ୍ତୁତି ବୈଠକ
ଭୁବନେଶ୍ୱର : ଖରିଫ୍ ବି ପଣନ ଋତୁ ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ କାର୍ଯ୍ୟକୁ ଅନ୍ଲାଇନ୍ ମାଧ୍ୟମରେ ସ୍ୱଚ୍ଛ ଏବଂ ଅଧିକ ଫଳ ପ୍ରଦ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି,ଯେପରି ପଂଜୀକୃତ କୃଷକମାନେ ସୁବିଧାରେ ସେମାନଙ୍କର ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକି୍ରକରି ପାରିବେ । ଧାନ ସଂଗ୍ରହ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ ‘ଟି’କୁ କଡ଼ାକଡ଼ି ଭାବରେ ପାଳନ କରାଯିବ । ଏହା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର, ପ୍ରକୃତ ଓ ଭାଗଚାଷୀମାନେ ବହୁଳ ଭାବରେ ଉ ପକୃତ ହେବେ ବୋଲି ଖାଦ୍ୟେଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତା ପ ସ୍ୱାଇଁ କହିଛନ୍ତି । ଲୋକସେବା ଭବନଠାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲା ପାଳମାନଙ୍କ ସହିତ ଆଲୋଚନା କରିବା ଅବସରରେ ମନ୍ତ୍ରୀ ସ୍ୱାଇଁ କହିଲେ ଧାନ ସଂଗ୍ରହ କାର୍ଯ୍ୟରେ ପୂର୍ଣ୍ଣ ସ୍ୱଚ୍ଛତା ଅଣାଯିବ ଓ ପ୍ରକୃତ ଚାଷୀଙ୍କଠାରୁ ଅନ୍ଲାଇନ୍ ମାଧ୍ୟମରେ ଧାନ ସଂଗ୍ରହ କରାଯିବ । ଏଥି ପାଇଁ ପି- ପାସ୍ ବ୍ୟବସ୍ଥାରେ ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯାଇଛି ।ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଂଜୀକରଣକୁ ଆଧାର ସଂଯୋଗ କରାଯାଇଛି,ଯେପରି ପ୍ରକୃତ ଚାଷୀ ଚିହ୍ନଟ ହୋଇ ପାରିବେ । ଏଥି ସହିତ କେନ୍ଦ୍ରୀକୃତ ବ୍ୟବସ୍ଥାରେ ଧାନ ସଂଗ୍ରହ ନିମନ୍ତେ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଆଗୁଆ ଅନ୍ଲାଇନ୍ ଟୋକେନ୍ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି ।
କାର୍ଯ୍ୟ ସମୟ ମଧ୍ୟରେ ଧାନ ସଂଗ୍ରହ କରାଯାଇ ଚାଷୀମାନଙ୍କୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅର୍ଥ ଦେବାର ବ୍ୟବସ୍ଥା କରାଯାଇଛି । ସେହି ପରି ମିଲରମାନଙ୍କ ପକ୍ଷରୁ କାର୍ଯ୍ୟ ସମୟ ମଧ୍ୟରେ ସଂଗୃହୀତ ଧାନକୁ ଚାଉଳ କରି ରାଜ୍ୟ ସରକାରଙ୍କ ହସ୍ତାନ୍ତର କରିବା ପାଇଁ କୁହାଯାଇଛି ଯେ ପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଠିକ୍ ସମୟରେ ଚାଉଳ ଉପଲକ୍ଷ ହୋଇ ପାରିବ ।
ଚଳିତ ବର୍ଷ ରାଜ୍ୟ ସରକାର ସମୁଦାୟ ୬୦ ଲକ୍ଷ ମେଟି୍ରକ୍ ଟନ୍ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ କାର୍ଯ୍ୟ କରିଥିବାବେଳେ କେବଳ ଖରିଫ୍ ଋତୁରେ ୫୦ ଲକ୍ଷ ମେଟି୍ରକ୍ ଟନ୍ଧାନ ସଂଗ୍ରହ ଲକ୍ଷ୍ୟକାର୍ଯ୍ୟ କରାଯାଇଛି । ଯେଉଁସବୁ ଜିଲ୍ଲାରେ ଶୀଘ୍ର ଧାନ ଅମଳ କରାଯାଉଛି ସେହିସବୁ ଜିଲ୍ଲାଗୁଡ଼ିକରେ ନଭେଞ୍ଚର ୧ରୁ ୧୫ ତାରିଖ ମଧ୍ୟରେ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ । ସେହି ପରି ବିଳଞ୍ଚରେ ଧାନ ଅମଳ ହେଉଥିବା ଜିଲ୍ଲାଗୁଡ଼ିକରେ ନଭେଞ୍ଚର ୧୬ରୁ ୩୦ ତାରିଖ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ କରାଯିବ । ଏଥି ନିମନ୍ତେ ସଂପୃକ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ ବୈଠକ କରାଯାଇ ଉପରୋକ୍ତ ଅବଧି ମଧ୍ୟରେ ଧାନ ସଂଗ୍ରହର ତାରିଖ ଓ ଧାନ ସଂଗ୍ରହ କେନ୍ଦ୍ରର ତାଲିକା ଓ ସ୍ଥାନ ଚୂଡ଼ାନ୍ତ କରାଯିବ । ଧାନ କିଣାଯିବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯିବ । ଖରିଫଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ- ୨୦୨୦ ମସିହା ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କଷ୍ଟମ ମିଲରମାନଙ୍କ ତାଲିକା ଚୂଡ଼ାନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ନିମନ୍ତେ ମିଲରମାନଙ୍କ ପାଇଁ ପୂର୍ବ ବର୍ଷର ଶତ ପ୍ରତିଶତ ଚାଉଳକାର୍ଯ୍ୟ ସମୟ ମଧ୍ୟରେ ଯୋଗାଇ ଦେବା ପାଇଁ ସର୍ତ୍ତ ରଖାଯାଇଛି । ଧାନ ସଂଗ୍ରହ ବାବଦରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଜିଲ୍ଲାମାନଙ୍କୁ ବିସ୍ତୃତ ମାର୍ଗଦର୍ଶିକା ଯୋଗାଇ ଦିଆଯାଇଛି ।
ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଗୁରୁତ୍ୱ ପ୍ରଦାନ କରୁଥିବା ପରିେ ପ୍ରକ୍ଷୀରେ ପ୍ରାଥମିକ କୃଷି ସମବାୟ ସମିତି ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମଧ୍ୟ ଧାନ ସଂଗ୍ରହ କରାଯିବ । ଚଳିତ ବର୍ଷ ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି, କୋରା ପୁଟ, ନୂଆ ପଡ଼ା, ସଞ୍ଚଲ ପୁର ଓ ସୁବର୍ଣ୍ଣ ପୁର ଆଦି ୯ଟି ଜିଲ୍ଲାର ୧୫୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟ କରାଯିବ । ଏଥି ନିମନ୍ତେ ଜିଲ୍ଲା ପାଳଙ୍କ ସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଧାନ ସଂଗ୍ରହ ବିଷୟରେ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏଥିରେ ପି- ପାସ୍ର ନବୀକୃତ ସଫଫେଓ୍ୱୟାର, ଧାନର ଏଫ୍ଏକୁ୍ୟ ମାନ, ସରକାର ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ, ରେକର୍ଡ ଏବଂ ରେଜିଷ୍ଟର ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯାଉଛି । ଇତି ମଧ୍ୟରେ ଭଦ୍ରକ, କଳାହାଣ୍ଡି, କୋରା ପୁଟ, ସଞ୍ଚଲ ପୁର ଓ ସୁବର୍ଣ୍ଣ ପୁର ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରଶିକ୍ଷଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ବୋଲି ବୈଠକରେ ପ୍ରକାଶ । ଚଳିତ ବର୍ଷ ଧାନ ସଂଗ୍ରହ ନିମନ୍ତେ ୧୨ ଲକ୍ଷ ୩୫ ହଜାର ୯୦୮ ଜଣ ଚାଷୀ ନାମ ପଂଜୀକରଣ କରିଥିବାବେଳେ ସମସ୍ତଙ୍କର ଆଧାର ସଂଯୋଗ ଏବଂ ବୈଧ ବ୍ୟାଙ୍କ୍ ଆକାଉଣ୍ଟର ଯାଞ୍ଚ କାର୍ଯ୍ୟ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥି ସହିତ ଚାଷୀମାନଙ୍କର ଜମି, ଭାଗଚାଷୀ ଚିହ୍ନଟ, ଜଳସେଚିତ ଜମିର ପରିମାଣ ଓ ଭୂଲେଖ ଆଦି ଯାଞ୍ଚ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଧାନ ସଂଗ୍ରହ କାର୍ଯ୍ୟକୁ ସୁଚାରୂ ରୂପେ କରିବା ପାଇଁ ଧାନ ସଂଗ୍ରହର ତାରିଖ, ସ୍ଥାନ, ଧାନ ସଂଗ୍ରହ କେନ୍ଦ୍ରର ସ୍ଥାନ, କାର୍ଯ୍ୟ ଏଫ୍ଏକୁ୍ୟ ମାନ, ସର୍ବନିମ୍ନ ସହାୟକ ମୂଲ୍ୟ ଆଦି ବିଷୟରେ ଚାଷୀମାନଙ୍କୁ ଅବଗତ କରାଇବା ପାଇଁ ବ୍ୟା ପକ ଜନସଚେତନତା ଓ ପ୍ରଚାର କାର୍ଯ୍ୟ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଧାନ ସଂଗ୍ରହ କାର୍ଯ୍ୟରେ କୌଣସି ପ୍ରକାର ଅନିୟମିତତାର ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ । ଅନ୍ଲାଇନ୍ରେଧାନ କିଣାଯାଉଥିବା ପରି ପ୍ରେକ୍ଷୀରେ ଅବିରତ ଇଣ୍ଟରନେଟ୍ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥି ସହିତ ଧାନ ସଂଗ୍ରହ କେନ୍ଦ୍ରଗୁଡ଼ିକର ଆବଶ୍ୟକୀୟ ମୌଳିକ ସୁବିଧାର ବ୍ୟବସ୍ଥା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଧାନ ସଂଗ୍ରହ କାର୍ଯ୍ୟର ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀମାନେ ଜିଲ୍ଲାଗସ୍ତ କରିବା ସହିତ ଧାନ ସଂଗ୍ରହ କାର୍ଯ୍ୟର ଅଗ୍ରଗତି ସଂ ପର୍କରେ ନିୟମିତ ସମୀକ୍ଷା କରାଯିବ । ଭିଡିଓ କନ୍ଫରେନ୍ସିଂରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ବୀରବିକ୍ରମ ଯାଦବ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାରଙ୍କ ସମେତ ସମବାୟ ସମିତି ସମୂହ ନିବନ୍ଧକ, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.