ନିୟା ଶର୍ମା ହେଲେ ବିଷଧର ନାଗୁଣୀ
ମୁମ୍ୱାଇ : ସିରିୟଲ କୁଇନ ଏକତା କପୁରଙ୍କ ବହୁ ଚର୍ଚ୍ଚିତ ସିରିଏଲ୍ ‘ନାଗିନ୍’ ର ଅନ୍ୟ ଏକ ଭାଗ ପ୍ରସ୍ତୁତ ହେବାକୁ ଯାଉଛି । ଏକତା କପୁର ‘ନାଗିନ୍-୪’ ପାଇଁ ତାଙ୍କୁ ନାଗୁଣୀ ମିଳିଯାଇଛି। ଏଥର ଆଉ ଜଣେ ନୂଆ ବିଷଧର ନାଗୁଣୀ ନଜର ଆସିବେ ,ସେ ଆଉ କେହି ନୁହେଁ ‘ଜମାଇ ରାଜା’ର ଅଭିନେତ୍ରୀ ନିୟା ଶର୍ମା । ସେ ନିଜ ଅଭିନୟର ଯାଦୁରେ ଦର୍ଶକ ଙ୍କ ମନ କିଣି ନେଇଥିଲେ ଏବେ ତାଙ୍କୁ ଏକ ବିଷଧର ନାଗୁଣୀ ରେ ଦେଖିବାକୁ ମିଳିବ । ଏହା ପୂର୍ବରୁ ଟେଲି ଅଭିନେତ୍ରୀ ସୁରଭି ଜ୍ୟୋତି ଓ ମୌନି ରାୟ ନାଗିନ୍ ଭୂମିକାରେ ଅଭିନୟ କରୁଥିଲେ । ମୌନି ରାୟ ନାଗିନ୍ ସିଜନ୍ ୧ ଓ ୨ ରେ ନଜର ଆସିଥିବା ସମୟରେ ସିଜନ୍ ୩ରେ ନାଗୁଣୀ ଚରିତ୍ରରେ ସୁରଭି ଜ୍ୟୋତି ନଜର ଆସିଥିଲେ। ଏଥିରେ ନିୟା ଶର୍ମାଙ୍କୁ ଡବଲ୍ ରୋଲ୍ରେ ଦେଖିବାକୁ ମିଳିବା ସହ ଆଲିସା ପନୱାର ମଧ୍ୟ ନଜର ଆସିବେ । ଦୁହେଁ ସିରିୟଲ ଇସକ ମରଜାୱା ରେ ନଜଦର ଆସିଥିଲେ ।
ଏକତା ଟ୍ୱିଟ୍ କରି ଲେଖିଛନ୍ତି, ‘ନାଗିନ୍ର ଦୁନିଆରେ ଆପଣଙ୍କୁ ସ୍ୱାଗତ ଜଣାଉଛି ନିୟା ଶର୍ମା। ନାଗିନ୍-ଭାଗ୍ୟର ଏକ ବିଷଧର ଖେଳ।’ ଏକତାଙ୍କର ଏହି ଟ୍ୱିଟ୍ ପରେ ନିୟା ତାଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଦେଇଛନ୍ତି।
Comments are closed.