Odisha Link
Bridging the Missing Links in Odisha

ହରିୟାଣା: ବିଜେପି-ଜେଜେପି ମେଣ୍ଟ, କାହାକୁ କେଉଁ ପଦ ମିଳିବ ଜାଣନ୍ତୁ

ନୂଆାଦିଲ୍ଲୀ: ହରିୟାଣା ରାଜନୀତିରେ ନୂଆ ମୋଡ଼। ଶେଷରେ ବିଜେପିର ଆଲୋଚନା ସଫଳ ହୋଇଛି। କାରଣ ବିଜେପି ସହ ମେଣ୍ଟ କରିବାକୁ ରାଜି ହୋଇଛି ହରିୟାଣାର ଆଞ୍ଚଳିକ ଦଳ ଜେଜେପି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବାସଭବନରେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚଉତାଲାଙ୍କ ସହ ଦୀର୍ଘ ଆଲୋଚନା ପରେ ହରିୟାଣାରେ ମେଣ୍ଟ ସରକାର ହେବା ସ୍ପଷ୍ଟ ହୋଇଛି।

ଅମିତ ଶାହ ଜେଜେପି ମୁଖ୍ୟ ଦୁଷ୍ୟନ୍ତଙ୍କ ସର୍ତ୍ତରେ ରାଜି ହୋଇଛନ୍ତି। ସର୍ତ୍ତ ଅନୁଯାୟୀ ବିଜେପିକୁ ମୁଖ୍ୟମନ୍ତ୍ରୀ ପଦ ଏବଂ ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ନିଜେ ଶାହ ଘୋଷଣା କରିଛନ୍ତି। ହରିୟାଣରେ ବିଜେପିକୁ ୪୦ ଆସନ ମିଳିଥିବା ବେଳେ କଂଗ୍ରେସକୁ ୩୧ ଏବଂ ଜେଜେପିକୁ ୧୦ ଆସନ ମିଳିଥିଲା। ୯ ଜଣ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ହେଲେ ସରକାର ଗଠନ କରିବା ପାଇଁ କାହା ପାଖରେ ବହୁମତ ନଥିଲା।

ସୂଚନାଥାଉକି, ହରିୟାଣାରେ ସରକାର ଗଠନ କିଏ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ହେଲେ ଅମିତ ଶାହଙ୍କ ବାସଭବନରେ ବସିଥିବା ବୈଠକ ପରେ ହରିୟାଣାରେ ବିଜେପି-ଜେଜେପି ମେଣ୍ଟ ସରକାର ଚାଲିବା ସ୍ପଷ୍ଟ ହୋଇଯାଇଛି। ବିଜେପିର ମନୋହରଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ହେବା ଥୟ ହୋଇଛି।

Comments are closed.