‘ଗିର୍ମିଟିୟା’ମାନେ ମୂଳ ସଂସ୍କୃତିକୁ ପାସୋରି ନାହାନ୍ତି
ଭୁବନେଶ୍ୱର :ଓଡ଼ିଶାରୁ ସାଢେ ତିନି ହଜାର କିଲୋମିଟର ଦୂରବର୍ତ୍ତୀ ମରିସସ୍ ଦେଶରେ ଓଡ଼ିଆ ବଂଶୋଦ୍ଭବଙ୍କ ଅସ୍ତିତ୍ୱ ଅକ୍ଷୁଣ୍ଣ ରହିଛି । ସମଗ୍ର ବିଶ୍ୱରେ ଶ୍ରେଷ୍ଠ ଓ ଆକର୍ଷଣୀୟ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ଭାବେ ବିବେଚିତ ସୁଦୂର ମରିସସ୍ ଦେଶରେ ଓଡ଼ିଆ ବଂଶୋଦ୍ଭବମାନେ ସେମାନଙ୍କ ପ୍ରଭାବ ବିସ୍ତାର କରିଚାଲିଛନ୍ତି, କିନ୍ତୁ ସେମାନେ ମୂଳଭୂତ ପ୍ରେରଣାରୁ ବିଚ୍ୟୁତ ହୋଇନାହାନ୍ତି ବୋଲି ମତ ପ୍ରକାଶ ପାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ‘ସଂସ୍କୃତି ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଜାତୀୟ ଅଭିଲେଖାଗାର, ଭୁବନେଶ୍ୱରର ସହ-ଅଧ୍ୟକ୍ଷ ଡ. ଲଲାଟେନ୍ଦୁ ଦାସମହା ପାତ୍ର ଏହି ମର୍ମରେ ଅନେକ ହୃଦୟସ୍ପର୍ଶୀ ମନ୍ତବ୍ୟ ଦେଇ ମରିସସ୍ରେ ଗିର୍ମିଟିୟାମାନଙ୍କ ପ୍ରଭାବ ଉପରେ ତାତ୍ପର୍ଯ୍ୟ ପୂର୍ଣ୍ଣ ବକ୍ତବ୍ୟ ରଖିଛନ୍ତି । ସ୍ଥାନୀୟ ରାଜ୍ୟ ଅଭିଲେଖାଗାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ଦାସମହା ପାତ୍ର ଯୋଗଦେଇ ‘ମରିସସ୍ରେ ଓଡ଼ିଆ ବଂଶୋଦ୍ଭବ: ଗିର୍ମିଟିୟା’ ଶୀର୍ଷକ ବକ୍ତୃତା ପ୍ରଦାନ କରି କହିଛନ୍ତି ଯେ ୟୁରୋପୀୟ ଉ ପନିବେଶଗୁଡ଼ିକରେ ଦାସ ପ୍ରଥା ବିଲୋପ ପରେ ଚୀନ୍ ଓ ଭାରତରୁ ଚୁକ୍ତିବଦ୍ଧ ଶ୍ରମିକମାନେ ଆଖୁକ୍ଷେତରେ କାମ କରିବା ପାଇଁ ଯିବା ଆରମ୍ଭ ହୋଇଥିଲା । ସେହି ମର୍ମରେ ଓଡ଼ିଶାରୁ କୋଲାକାତା ଓ ମାନ୍ଦ୍ରାଜ ବନ୍ଦରରୁ ଅନେକ ଓଡ଼ିଆ ଶ୍ରମିକ ମରିସସ୍, ଫିଜି ଓ ଅନ୍ୟାନ୍ୟ ଦକ୍ଷିଣ ଆଫି୍ରକୀୟ ରାଷ୍ଟ୍ରକୁ ଶ୍ରମିକ ଭାବରେ ଚାଲାଣ ହୋଇଥିଲେ । ଅର୍ଥନୈତିକ ଦୁଃସ୍ଥିତି, ବାଛବିଚାର ଏବଂ ରୋଜଗାର କାରଣରୁ ଏମାନେ ବିଦେଶକୁ ଯାଇଥିଲେ ମଧ୍ୟ ପୁରୁଷ ପୁରୁଷ ଧରି ଛିନ୍ନମୂଳ ହୋଇ ରହୁଥିଲେ । କ୍ରମେ ସେମାନଙ୍କର ମୂଳସ୍ରୋତ ସହିତ ରହିଥିବା ଆନୁଷ୍ଠାନିକତା, ଜୀବନ ଧାରା, ଭାଷା, ଖାଦ୍ୟ ସଂସ୍କୃତି ଓ ସାଂସ୍କୃତିକ ସଚେତନତା ଜାଗରୂକ ହେଲା ଏବଂ ସେମାନେ ମୂଳସ୍ରୋତ ସହିତ ସଂ ପୃକ୍ତ ହେବା ପାଇଁ ଇଚ୍ଛା ପ୍ରକାଶ କଲେ ।
ଏହି ମର୍ମରେ ମରିସସ୍ରେ ଥିବା ଓଡ଼ିଆ ବଂଶୋଦ୍ଭ ମାନଙ୍କ ସଂପର୍କରେ ଡ. ଦାସମହା ପାତ୍ର ବକ୍ତବ୍ୟ ରଖିବା ସହିତ ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ କରିଥିଲେ । ଡ. ଦାସମହା ପାତ୍ର କହିଥିଲେ ଯେ ମରିସସ୍ରେ ଥିବା ଓଡ଼ିଆ ବଂଶୋଦ୍ଭବମାନେ ଏବେ ଓଡ଼ିଶାର କଳା, ସଂସ୍କୃତି ପ୍ରତି ଆକର୍ଷିତ ହୋଇଛନ୍ତି ଏବଂ ଓଡ଼ିଶାର କୀର୍ତ୍ତି ସ୍ଥାପନ ପାଇଁ ଆଗ୍ରହୀ ହୋଇ କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି । ମରିସସ୍ରେ ପ୍ରତିଷ୍ଠିତ ‘ଓଡ଼ିଆ ଅନୁଷ୍ଠାନ’ର କାର୍ଯ୍ୟକର୍ତ୍ତାଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଭିଡ଼ିଓ କଥାବାର୍ତ୍ତା ମଧ୍ୟ ସ୍ଥାନିତ ହୋଇଥିଲା । ଡ. ଦାସମହା ପାତ୍ର କହିଥିଲେ ଯେ ‘ଗିର୍ମିଟିୟା’ ଶବ୍ଦଟି ଇଂରାଜୀ ‘ଏଗ୍ରିମେଣ୍ଟ’ ଶବ୍ଦରୁ ବାହାରି ଏ ପରି ହୋଇଛି । ଏସବୁ ସତ୍ତେ୍ୱ ଗିର୍ମିଟିୟାମାନେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱବିଦିତ କରିବାରେ ଭାଗୀଦାରି ପ୍ରକଟ କରୁଛନ୍ତି ବୋଲି ଡ. ଦାସମହା ପାତ୍ର କହିଥିଲେ । ୧୯୬୮ରେ ମରିସସ୍ରେ ଶାସନକୁ ଆସିଥିବା ନେତୃତ୍ୱ ଗରି୍ମିଟିୟା ଥିଲେ ବୋଲି ସେ ଉଲ୍ଲେଖ କରିଥିଲେ । ଏସବୁରୁ ମରିସସ୍ରେ ‘ଓଡ଼ିଆ ବଂଶୋଦ୍ଭବ’ଙ୍କ କୃତିତ୍ୱ ଓ କାରିଗରୀ ପ୍ରମାଣିତ ହେବା ସହିତ ସେମାନେ ମୂଳ ସଂସ୍କୃତିକୁ ପାସୋରି ନାହାନ୍ତି ବୋଲି ଡ. ଦାସମହା ପାତ୍ର ଉଲ୍ଲେଖ କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ଏ ପରି ଉଦ୍ୟମ ପ୍ରବାସରେ ଥିବା ଓଡ଼ିଆମାନଙ୍କ ସହିତ ଆମର ସଂ ପର୍କକୁ ସୁଦୃଢ଼ ଓ ସଶକ୍ତ କରିବାରେ ସହାୟକ ହେଉଛି ବୋଲ ମନ୍ତବ୍ୟ ରଖିଥିଲେ । ଅଭିଲେଖାଗାରର ଅଧକ୍ଷକ ସୁଚିସ୍ମିତା ମନ୍ତ୍ରୀ ସ୍ୱାଗତ ଭାଷଣ ସହିତ ପରିଚୟ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଭାଷାତତ୍ତ୍ୱବିଦ୍ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ‘ଇନ୍ଟାକ୍’ର ରାଜ୍ୟ କାର୍ଯ୍ୟକର୍ତ୍ତା ଅମୀୟ ଭୂଷଣ ତି୍ର ପାଠୀ, ପ୍ରାକ୍ତନ ପ୍ରଶାସକ ସଂଜୀବ କୁମାର ହୋତା, ଡ. ମହେଶ ଦାସ, ରାଜକିଶୋର ମିଶ୍ର, ଗବେଷକ ଅନୀଲ ଧୀର ଓ ଡ. ଅସିତ୍ ମହାନ୍ତି, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଗବେଷିକା ସଂଘମିତ୍ରା ମହାନ୍ତିଙ୍କ ସମେତ ବହୁ ବିଦ୍ୱାନ, ଗବେଷକ, ବୁଦ୍ଧିଜୀବୀ ଓ ସଂସ୍କୃତିକର୍ମୀ ଉପସ୍ଥିତ ଥିଲେ ।
Comments are closed.