Odisha Link
Bridging the Missing Links in Odisha

ଜାଣନ୍ତୁ ଜାହ୍ନବୀ କଣ କରିବାକୁ ଭୁଲିଗଲେ

ମୁମ୍ବଇ: ନିଜକୁ ଷ୍ଟାଇଲ୍‌ ଓ ସୁନ୍ଦର ରଖିବା ପାଇଁ ବଲିଉଡର ଅଭିନେତ୍ରୀ ଓ ଅଭିନେତା ମାନେ ବିଭନ୍ନ ପ୍ରକାରର ପୋଷାକ ପରିଧାନ କରିଥାନ୍ତି । ସେମାନଙ୍କ ଷ୍ଟାଇଲ୍‌ କୁ ଦର୍ଶକ ମାନେ ଅନୁକରଣ କରିବା ସହ ପ୍ରଶଂସା ମଧ୍ୟ କରିଥାନ୍ତି । ଦର୍ଶକ ମାନେ ଖାସ କରି ଅଭିନେତ୍ରୀ ମାନଙ୍କର ପରିଧାନ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି । ସେହିପରି ଜଣେ ଷ୍ଟାର ଜାହ୍ନବୀ କପୁରଙ୍କ ପୋଷାକ ସୋସିଏଲ ମିଡିଆରେ ଭାଇରା ହେବାରେ ଲାଗିଛି । ସେ ଏକ ହଳଦିଆ ଗଙ୍ଗର ପୋଷାକ ପରିଧାନ କରିଛନ୍ତି କିନ୍ତୁ ସେ ନିଜ ଡ୍ରେସ୍‌ରୁ ପ୍ରାଇସ୍‌ ଟ୍ୟାଗ୍‌ କାଢି ନ ଥିଲେ। ଯାହାର ଫଟୋ ଭାଇରାଲ ହୋଇଛି । ଏହାର ଦର୍ଶକ ମାନେ ମଜାକ୍‌ ଉଡାଇଛନ୍ତି, ଜଣେ ଦର୍ଶକ କହିଛନ୍ତି ’ପ୍ରାଇସ୍‌ ଟ୍ୟାଗ୍‌ ନ ଥିଲେ ଡ୍ରେସ ଫେରାଇ ହେବନି, ସେଥିପାଇଁ ପ୍ରାଇସ୍‌ ଟ୍ୟାଗ୍‌ କାଢି ନାହାନ୍ତି।’


ଜାହ୍ନବୀ ଯେତେବେଳେ କାର ଆଡକୁ ଯାଉଥିଲେ ସେହି ସମୟରେ ଫଟୋଗ୍ରାଫର ବିରଲ ଭୟାନୀ ଭିଡିଓ କରି ସୋସିୟାଲ ମିଡିୟାରେ ସେୟାର କରିଛନ୍ତି । ସେଥିରେ ଦେଖିବାକୁ ମିଳିଛି କି ଜାହ୍ନବୀ ନିଜ ଦୁପଟ୍ଟାରେ ପ୍ରାଇସ୍‌ ଟ୍ୟାଗ୍‌ ଝୁଲୁଛି । ଜାହ୍ନବୀ ନିଜ ଆଗାମି ସିନେମାର ଶୁଟିଙ୍ଗ ରେ ବ୍ୟସ୍ତ ଅଛନ୍ତି , ଦୋସ୍ତାନା-୨, ଗୁଞ୍ଜନ ସକ୍‌ସେନା: ଦ କରଗିଲ୍‌ ଗର୍ଲ ଆଦିରେ ନଜର ଆସିବେ।

Comments are closed.