Odisha Link
Bridging the Missing Links in Odisha

ଉଦ୍ଧାର ହେଲା ଜେନେରାଲ୍‌ ମ୍ୟାନେଜର୍‌ଙ୍କ ଝୁଲନ୍ତା ମୃତ

ଯାଜପୁର: ଗୌହାଟିସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରେ ଜେନେରାଲ୍‌ ମ୍ୟାନେଜର ଭାବେ କାର୍ଯ୍ୟରତ ଜଣେ ଓଡ଼ିଆ ବ୍ୟକ୍ତି ଗୁରୁବାର ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ କହିଛି। କିନ୍ତୁ, ଏହା ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାର ଲୋକେ କହୁଛନ୍ତି।
ମୃତ ବ୍ୟକ୍ତିଜଣକ ହେଉଛନ୍ତି ଯାଜପୁର ଟାଉନ ଥାନା ଅନ୍ତର୍ଗତ ନରହରିପୁର ଗ୍ରାମର ଆଦିକନ୍ଦ ସାମଲଙ୍କ ୫୨ ବର୍ଷିୟ ପୁତ୍ର ଆଶିଷରଞ୍ଜନ ସାମଲ। ମାଆଙ୍କୁ ଦେଖା କରିବାକୁ ସେ ଅକ୍ଟୋବର ୨୪ ତାରିଖ ଦିନ ଗାଁକୁ ଆସିଥିଲେ। ସେଠାରୁ ସେ ଭୁବନେଶ୍ୱର ଯାଇ କିମ୍‌ସ୍‌ରେ କାର୍ଯ୍ୟରତ ତାଙ୍କ ଡାକ୍ତରାଣୀ ପତ୍ନୀ ଓ ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିବା ସେମାନଙ୍କ ପୁଅକୁ ଭେଟିବାକୁ ଯାଇଥିଲେ।
ଗତକାଲି ସେ ଚଣ୍ଡିଖୋଲସ୍ଥିତ ହୋଟେଲ୍‌ ମିଡ୍‌ ଇଷ୍ଟ୍‍ରେ ରୁମ୍‌ ନେଇ ଏକାକୀ ରହିଥିଲେ। ସେଠାରୁ ଗୋଟାଏ ବେଡ୍‌ସିଟ୍‌ରେ ଫାଶୀ ଲଗାଇ ଝୁଲିଥିବା ଅବସ୍ଥାରେ ତାଙ୍କ ଶବ ଉଦ୍ଧାର କରାଯାଇଛି।

 

Comments are closed.