ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ପ୍ରଶିକ୍ଷାର୍ଥୀଙ୍କୁ ଦେଲେ ପ୍ରମାଣପତ୍ର

ଭୁବନେଶ୍ବର: ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବାବେଳେ ସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷା ବ୍ୟବହାରକୁ ବ୍ୟାପକ ଓ ଫଳପ୍ରଦ କରିବା ପାଇଁ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଂପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ‘ ସରକାରୀ କାର୍ଯ୍ୟାଳୟରେ ଓଡିଆ ଭାଷା ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପିତ ପର୍ବରେ ସଂପୃକ୍ତ କର୍ମଚାରୀମାନଙ୍କୁ ସାହାଯ୍ୟ କରିବ ବୋଲି ଉଳ୍ଲେଖ କରିଛନ୍ତି। ‘ ସରକାରୀ କର୍ଯ୍ୟାଳୟରେ ଓଡିଆ ଭାଷା ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିଲା। ଏଥିଣେ ବିଭିନ୍ନ ସରକାରୀ ବିଭଗର ୪୦ ଜଣ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇ ତ୍ପଳତାର ସହିତ ପ୍ରଶିକ୍ଷଣ ପାଇଥିଲେ। ମନ୍ତ୍ରୀ ପାଣିଗ୍ରାହୀ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଭଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ହିମାଂଶୁ ଭୂଷଣ ପଣ୍ଡା , ଶିକ୍ଷାବିତ୍ ଡ. କୈଳାସ ଚନ୍ଦ୍ର ଟୀକାୟତରାୟ ମଧ୍ୟ ବ୍ୟକ୍ତବ୍ୟ ରଖିଥିଲେ। ଓଡିଆ ପ୍ରତିଷ୍ଠାନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ତମସାରାଣୀ ଦାସ ମହାପାତ୍ର ଏପରି ଆୟୋଗଜନର ଉଦ୍ଦେଶ୍ୟ ସଂପର୍କରେ ଉଳ୍ଲଖ କରିବା ସହିତ ଭବିଷ୍ୟତରେ ଏପରି ପ୍ରଶିକ୍ଷଣ ଗିଲ୍ଲାସ୍ତରେର ମଧ୍ୟ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସୁରେନ୍ଦ୍ର କୁମାର ଦାଶ , ଡ. ହରପ୍ରସାଦ ମିଶ୍ର, ଡ. ସିତାଂଶୁ କୁମାର ଦାଶ ଓ ବୈଷ୍ଣବ ଚରଣ ମହାନ୍ତି ପ୍ରଶିକ୍ଷକ ଭାବରେ ଦାୟିତ୍ବ ନିର୍ବାହ କରିଥିଲେ।