Odisha Link
Bridging the Missing Links in Odisha

‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅରୁପଙ୍କୁ ଆବାହକ ପଦ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ନୂଆ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ନୂଆ କାର୍ଯ୍ୟକ୍ରମର ନାମ ହେଉଛି ‘ଓଡ଼ିଶା-ମୋ ପରିବାର’। ପରିବେଶ ସୁରକ୍ଷା, ରକ୍ତଦାନ, ସେବା, କଲ୍ୟାଣ ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା ଯୋଗାଇ ଦେବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏଥିସହିତ ବିଦେଶରେ କାମ କରୁଥିବା ଓଡ଼ିଆଙ୍କୁ ବିପଦରେ ସାହାଯ୍ୟକୁ ଗୁରୁତ୍ବ ଦିଆଯିବ।

ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମର ଆବାହକ ଓ ସହ ଆବାହକଙ୍କ ନାମ ଘୋଷଣା କରିଛନ୍ତି। ଅରୂପ ପଟ୍ଟନାୟକଙ୍କୁ ଏହି କାର୍ଯ୍ୟକ୍ରମର ଆବାହକ ପଦ ମିିଳିଥିବା ବେଳେ ସହ ଆବାହକ ଭାବେ ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ଚନ୍ଦ୍ରଶେଖର ସାହୁ, ନଳିନୀକାନ୍ତ ପ୍ରଧାନଙ୍କୁ ଦାୟିତ୍ବ ମିଳିଛି।

Comments are closed.