ଏଣିକି ଅନଲାଇନରେ ବୁକିଂ କରିହେବ ସଂସ୍କୃତି ମଣ୍ଡପ

ଭୁବନେଶ୍ବର: ଏଣିକି ସରଳ ଏବଂ ସହଜ ହେବ ସଂସ୍କୃତି ମଣ୍ଡପ ବୁକିଂ। ଆଉ ସେଠାକୁ ଯାଇ ଚକ୍କର କିମ୍ବା ଲବି କରିବାକୁ ପଡିବ ନାହିଁ । ଏଥିପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ସେବା।
ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ସଂସ୍କୃତି ମଣ୍ଡପର ଅନଲାଇନ ବୁକିଂ ଆରମ୍ଭ ହୋଇଛି। ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ, ଉକ୍ରଳ ମଣ୍ଡପ ଆଦି ମଣ୍ଡପକୁ ଅନଲାଇନରେ ବୁକିଂ କରିହେବ। ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ଓ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ଏଥିପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି। କୌଣସୀ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସଂସ୍ଥା ପ୍ରଥମେ ସେଠାକୁ ଯାଇ ବୁକିଂ କରୁଥିଲେ। ଏବେ ଏହି ସୁବିଧା ଅନଲାଇନରେ ମିଳିବ। ଫଳରେ ବୁକିଂ ପାଇଁ ବାରମ୍ବାର ଦଉଡିବାକୁ ପଡିବ ନାହିଁ କିମ୍ବା ଲବି ମଧ୍ୟ କରିବାକୁ ପଡିବ ନାହିଁ । ଲୋକଙ୍କ ସୁବିଧାକୁ ନଜରରେ ରଖି ସରକାରଙ୍କ ତରଫରୁ ଏହି ସେବା ଆରମ୍ଭ ହୋଇଛି।
Comments are closed.