ବିଜେପୁର: ରୀତାଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର, କହିଲେ..

ଭୁବନେଶ୍ବର: ବିଜେପୁର ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ। ଫଳରେ ବିଭିନ୍ନ ମହଲରୁ ତାଙ୍କୁ ମିଳୁଛି ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରୀତା ସାହୁଙ୍କୁ ଟୁଇଟର ଯୋଗେ ଅଭିନନ୍ଦନ ଜଣାଇଛନ୍ତି।
ଓଡିଶାର ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ରିତା ସାହୁ ଓ ତାଙ୍କ ଦଳ ବିଜେଡ଼ିକୁ ଅଭିନନ୍ଦନ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଜେପୁରବାସୀଙ୍କ ନିଷ୍ପତିକୁ ମୁଣ୍ଡପାତି ସମ୍ମାନ ଜଣାଉଛି।
— Dharmendra Pradhan (@dpradhanbjp) October 25, 2019
ସେ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ, ଓଡିଶାର ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜୟୀ ପ୍ରାର୍ଥୀ ରିତା ସାହୁ ଓ ତାଙ୍କ ଦଳ ବିଜେଡ଼ିକୁ ଅଭିନନ୍ଦନ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଜେପୁରବାସୀଙ୍କ ନିଷ୍ପତିକୁ ମୁଣ୍ଡପାତି ସମ୍ମାନ ଜଣାଉଛି।
ବିଜେପିର ରାଜନୈତିକ ସଂଘର୍ଷ ଜାରୀ ରହିବ । ରାଜ୍ୟର ୩୭ ହଜାର ବୁଥରେ ସଂଗଠନକୁ ସୁଦୃଢ କରିବା ସହ ଲୋକ କଲ୍ୟାଣ ଓ ଲୋକ ସମ୍ପର୍କ ମାଧ୍ୟମରେ ଲୋକଙ୍କ ବିଶ୍ୱାସ ହାସଲ ସହ ସରକାର ପ୍ରାୟୋଜିତ କଳ ଓ ବଳକୁ ମୁକାବିଲା କରି ରାଜନୈତିକ ସଫଳତା ହାସଲରେ ମୋ ଦଳ ବିଜେପି ଆଗାମୀ ଦିନରେ ସଫଳ ହେବ ବୋଲି ମୋର ଦୃଢ ବିଶ୍ୱାସ ।
— Dharmendra Pradhan (@dpradhanbjp) October 25, 2019
ଏଥିସହିତ ବିଜେପିର ରାଜନୈତିକ ସଂଘର୍ଷ ଜାରୀ ରହିବ। ରାଜ୍ୟର ୩୭ ହଜାର ବୁଥରେ ସଂଗଠନକୁ ସୁଦୃଢ କରିବା ସହ ଲୋକ କଲ୍ୟାଣ ଓ ଲୋକ ସମ୍ପର୍କ ମାଧ୍ୟମରେ ଲୋକଙ୍କ ବିଶ୍ୱାସ ହାସଲ ସହ ସରକାର ପ୍ରାୟୋଜିତ କଳ ଓ ବଳକୁ ମୁକାବିଲା କରି ରାଜନୈତିକ ସଫଳତା ହାସଲରେ ମୋ ଦଳ ବିଜେପି ଆଗାମୀ ଦିନରେ ସଫଳ ହେବ ବୋଲି ମୋର ଦୃଢ ବିଶ୍ୱାସ ବୋଲି ଧର୍ମେନ୍ଦ୍ର କହିଛନ୍ତି।
Comments are closed.