ପ୍ରଥମ ବରିଷ୍ଠ ନାଗରିକ ବହୁମୁଖୀ କେନ୍ଦ୍ର ‘ଆନନ୍ଦ’କୁ ବର୍ଷେ ପୂରିଲା

ଭୁବନେଶ୍ୱର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପ୍ରତିଷ୍ଠିତ ବରିଷ୍ଠ ନାଗରିକଙ୍କ ନିମନ୍ତେ ବହୁମୁଖୀ କେନ୍ଦ୍ର ‘ଆନନ୍ଦ’କୁ ବର୍ଷେ ପୂରିଛି । ସ୍ଥାନୀୟ ନୟା ପଲ୍ଲୀଠାରେ ପ୍ରତିଷ୍ଠିତ ରାଜ୍ୟର ଏହି ପ୍ରଥମ ବହୁମୁଖୀ କେନ୍ଦ୍ରର ବାର୍ଷିକୀ କାର୍ଯ୍ୟକ୍ରମ ସ୍ଥାନୀୟ କେଳୁଚରଣ ଓଡ଼ିଶୀ ନୃତ୍ୟ ଗବେଷଣା କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନେ ମିଳିତ ହୋଇ ମତବିନିମୟ କରିଥିଲେ । ସେଠାରେ ଆୟୋଜିତ ହୋଇଥିଲା ଯୋଗ କର୍ମଶାଳା, ଆଧ୍ୟାତ୍ମିକ ଆଲୋଚନା ସାଙ୍ଗକୁ ରଂଗୋଲି, ଫେସନ୍ ସୋ, ବ୍ୟାୟାମ ଓ ଶରୀର ଚର୍ଚ୍ଚା, ପୁଣି ଖେଳକୁଦ । ବରଷ୍ଠି ନାଗରିକ ମାନଙ୍କ ସାମାଜିକ ସଂପୃକ୍ତିକୁ ସଶକ୍ତ ଓ ଅର୍ଥ ପୂର୍ଣ୍ଣ କରିବା ନିମେ; ଏ ପରି ଉଦ୍ୟମ ଅଭିନବ ବୋଲି ମତ ପ୍ରକାଶ ପାଇଥିଲା । ବରିଷ୍ଠ ନାଗରିକମାନେ ବୟସ ବୃଦ୍ଧି ସହିତ ସକି୍ରୟ, ସୁସ୍ଥ ଜୀବନ ବିତାଇବା ନେଇ ସଚେତନ ହେବାକୁ ଏ ପରି କାର୍ଯ୍ୟକ୍ରମ ଉତ୍ସାହିତ କରିଥିଲା ।
ବରିଷ୍ଠନାଗରିକମାନଙ୍କ ସାମାଜିକ ଓ ମାନସିକ ଆବଶ୍ୟକକତା ପୂରଣ ଦିଗରେ ସମାଜର ସବୁସ୍ତରରେ ଉଦ୍ୟମ ଲୋଡ଼ା ବୋଲି ମତ ପ୍ରକାଶ ପାଇଥିଲା । ‘ଆନନ୍ଦ’ ପ୍ରତିଷ୍ଠାନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହିତ ସହଯୋଗ କରିଛନ୍ତି ଟାଟା ଟ୍ରଷ୍ଟ ଓ ହେଲ ପ୍ଏଜ୍ ଇଣ୍ଡିଆ ପରି ଖ୍ୟାତନାମା ସଂଗଠନ । କାର୍ଯ୍ୟକ୍ରମରେ ଭାରତୀୟ ଯୋଗ ସଂସ୍ଥାନର ରାଜ୍ୟ ପ୍ରମୁଖ ସୁରେଶ କୁମାର ମହା ପାତ୍ର, ଉତ୍ପ୍ରେରକ ବକ୍ତା ଡ. ହର ପ୍ରସନ୍ନ ଦାସ, ଦୂରଦର୍ଶନ ଭୁବନେଶ୍ୱରର ମୁଖ୍ୟ ଧ୍ରୁବ ନନ୍ଦ, ଟାଟା ଟ୍ରଷ୍ଟର ଓଡ଼ିଶା ଆଞ୍ଚଳିକ ପ୍ରବନ୍ଧକ ରୋମା ଭୂଜବଳ, ବରିଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ସୀମା ଗୁପ୍ତା ଓ ହେଲ ପ୍ଏଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଶ୍ରୀମତୀ ଭାରତୀ ଚକ୍ର ପ୍ରମୁଖ ବକ୍ତବ୍ୟ ରଖି ସାମାଜିକ ଅଭିବୃଦ୍ଧିରେ ବରିଷ୍ଠ ନାଗରିକମାନଙ୍କ ଭୂମିକା ଉ ପରେ ଉଲ୍ଲେଖ କରିଥିଲେ । ବୀଣା ପାଣି ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏଠାରେ ଉଲ୍ଲେଖେଯୋଗ୍ୟ ଯେ ୨୦୧୮ ଜାନୁଆରୀ ମାସରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଟାଟା ଟ୍ରଷ୍ଟ ମଧ୍ୟରେ ସ୍ୱାକ୍ଷରିତ ରାଜିନାମା ଅନୁସାରେ ଓଡ଼ିଶା ବରିଷ୍ଠ ନାଗରିକ ନୀତି-୨୦୧୬ ଆଧରରେ ଭୁବନେଶ୍ୱରକୁ ଏକ ବୟସ୍କ-ଅନୁକୂଳ ସହର ଭାବରେ ଗଢ଼ିତୋଳିବା ଉଦ୍ଦେଶ୍ୟରେ ଏପରି ବହୁମୁଖୀ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି ଓ କେନ୍ଦ୍ରରେ ବର୍ତ୍ତମାନ ୯୦ ଜଣ ପଂଜୀକୃତ ସଦସ୍ୟ ରହିଛନ୍ତି । ବିଭାଗର ‘ଅବଦାନ’ ଯୋଜନାରେ ଏକ କେନ୍ଦ୍ର ପରିଚାଳିତ ହେଉଛି ।
Comments are closed.