ଆଜି ଦୀପାବଳି: ଜାଣନ୍ତୁ କେଉଁ ସମୟରେ ଫୁଟାଇ ପାରିବେ ବାଣ

ଭୁବନେଶ୍ବର: ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ହୋଇଛି ଚଳଚଞ୍ଚଳ। ଭଳିକି ଭଳି ଲିଚୁମାଳ ସାଙ୍ଗକୁ ବିଭିନ୍ନ ପ୍ରକାର ଲାଇଟରେ ସଜେଇ ହୋଇଛି ଲୋକଙ୍କ ଘର। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି।
ଅନ୍ୟପକ୍ଷରେ ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗାଇଡ୍ ଲାଇନ୍ ଜାରି କରାଯାଇଛି। କେବଳ ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ୧୨୫ ଡେସିବଲ୍ରୁ ଅଧିକ ଶବ୍ଦ କରୁଥିବ ବାଣ ନ ଫୁଟାଇବାକୁ କୁହାଯାଇଛି। ତା’ସହିତ ଚାଇନା ବାଣ ଫୁଟାଇବା ଉପରେ ସଂପୂର୍ଣ୍ଣ ରୋକ୍ ଲାଗିଛି।
ଦୁଇ ଦିନର ଲଗାଣ ବର୍ଷା ଯୋଗୁ ବାଣ ବ୍ୟବସାୟ ମାନ୍ଦା ପଡ଼ିଥିବା ବେଳେ ଗତକାଲିଠାରୁ ବାଣ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ପ୍ରାୟ ୩୦୦ ଦୋକାନୀଙ୍କୁ ବାଣ ବିକ୍ରି କରିବା ପାଇଁ ଲାଇସେନ୍ସ ମିଳିଛି। ବାଣ ସହ ରଙ୍ଗ ବେରଙ୍ଗର ଲିଚୁ ମାଳ, ରାଇସ୍ ଲାଇଟ୍ ଓ ଏଲ୍ଇଡି ଷ୍ଟ୍ରିପ୍ କିଣିବା ପାଇଁ ମଧ୍ୟ ରାଜଧାନୀବାସୀଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି।
Comments are closed.