Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ କଥା ମାନିଲେ ,ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ପାଳନ କରିଥିଲେ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏସପି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ ସମେତ ସବୁ ଜିଲ୍ଲାପାଳଙ୍କୁ ଦୀପାବଳି ଅନାଥ ପିଲାଙ୍କ ସହିତ ପାଳିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ଅନାଥ ଆଦିବାସୀ ପିଲାଙ୍କ ସହ ଦୁଇ ଘଣ୍ଟା ଦୀପାବଳି ପାଳନ କରିଛନ୍ତି । ସପ୍ତଧାରା ଆବାସିକ ହଷ୍ଟେଲୟି ମାଲକାନଗିରି ସଦର ମହକୁମା ଠାରେ ଅବସ୍ଥିତ । ସେ ସେଠାକୁ ଯାଇ ହଷ୍ଟେଲରେ ଦୀପାବଳି ପାଳିବା ସହ ସେମାନଙ୍କର ହାଲଚାଲ ପଚାରି ବୁଝିଥିଲେ। ଓ ସେମାନଙ୍କ ସହ ତଳେ ବସି ଭୋଜନ ମଧ୍ୟ କରିଥିଲେ । ତାଙ୍କ ସହ ମାଲକାନଗିରି ତହସିଲଦାର ଓ ଜିଲ୍ଲା ମଙ୍ଗଳ ଅଧିକାରୀ ମଧ୍ୟ ଯାଇଥିଲେ । ଜିଲ୍ଲାପାଳ ଆଦିବାସୀ ପିଲାଙ୍କ ସହ ଭୋଜନ କରିବା ସହ ଦୀପାବଳି ସମ୍ପର୍କରେ ବୁଝାଇଥିଲେ ।

Comments are closed.