Odisha Link
Bridging the Missing Links in Odisha

ଜୁଆ ଆଡ୍ଡାରେ ଚଢାଉ, ୧୦ ଗିରଫ

ନୂଆପଡ଼ା: ନୂଆପଡ଼ା ପୁଲିସ ପକ୍ଷରୁ ଆଜି ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୦ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଏହି ଚଢ଼ାଉ ସମୟରେ ୯ ମୋଟର ସାଇକେଲ, ୧୯ ହଜାର ଟଙ୍କା ଏବଂ ୭ଟି ମୋବାଇଲ ଜବତ ହୋଇଥିବା ବି ଜଣାଯାଇଛି।
ନୂଆପଡ଼ା ପୁଲିସ ଦୀପାବଳିର ଦ୍ବଇ ଦିନ ପରେ ଗତକାଲି ରାତିରେ ନୂଆପଡ଼ା ସଦର ଟାଉନ୍ ଥାନା ଅନ୍ତର୍ଗତ ଲୁକୁପାଲି ଓ ପଦ୍ମପୁରୀଠାରେ ଜୁଆଆଡ୍ଡା ଚାଲିଥିବା ଖବର ପାଇଥିଲା। ଏହାପରେ ନୂଆପଡ଼ା ଟାଉନ ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ଏକ ଟିମ୍ ଧରି ଦୁଇଟି ସ୍ଥାନରେ ଚାଲିଥିବା ଜୁଆଆଡ୍ହା ଉପରେ ଚଢ଼ାଉ କରିଥିଲେ। ସେଠାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିବା ସହ ୯ଟି ମୋଟର ସାଇକେଲ, ୧୯ ହଜାର ଟଙ୍କା ଏବଂ ୭ଟି ମୋବାଇଲ ଜବତ କରିଛନ୍ତି। ନୂଆପଡ଼ା ପୁଲିସଏ ସଂପର୍କରେ ଏକ ମାମଲା ରୁଜ୍ଜୁ କରି ଆଜି ୧୦ ଜଣ ଜୁଆଡ଼ିଙ୍କୁ କୋର୍ଟ ଚାଲଣ କରିଥିବା ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ଙ୍କ ଠାରୁ ପ୍ରକାଶ।

Comments are closed.