Odisha Link
Bridging the Missing Links in Odisha

ମାରି ମାରି ଭାଙ୍ଗିଦେଲେ ୧୫ଟି ବେତ

ନବରଙ୍ଗପୁର: ମଧ୍ୟାହ୍ନ ଭୋଜନ ପରେ ଶିକ୍ଷୟତ୍ରୀଙ୍କ ପାଣି ପିଇଲେ ବୋଲି ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ ଭୋଗିଲେ ୧୪ ସ୍କୁଲ ଛାତ୍ର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡଙ୍ଗରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଯେଉଁଠି ସ୍କୁଲ ଶିକ୍ଷୟତ୍ରୀ ୧୫ ରୁ ଅଧିକ ବାଡ଼ି ସାହାଯ୍ୟରେ ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିଛନ୍ତି। ଫଳରେ ୧୪ ଜଣ ହଷ୍ଟେଲ ଛାତ୍ର ଆହତ ହୋଇଛନ୍ତି। ଯାହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶିକ୍ଷୟତ୍ରୀ ମଧ୍ୟ ମାଡ଼ ମାରିଥିବା ସ୍ବୀକାର କରିଛନ୍ତି। ତେବେ ତାଙ୍କ ପାଇଁ ଉଦ୍ଧିଷ୍ଟ ପାଣି ପିଇବାକୁ ନେଇ ନୁହଁ, ବରଂ ଛାତ୍ରଙ୍କ ପରୀକ୍ଷା ଥିବାରୁ ପଢିବା ପାଇଁ ମାରିଥିବା ସେ କହିଛନ୍ତି।
ଏହି ଘଟଣା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରେ ଉଚ୍ଚ ଅଧିକାରୀ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଅଭିଭାବକମାନେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବାବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ କତ୍ତୃପକ୍ଷ। ଯେଉଁ ଶିକ୍ଷୟତ୍ରୀଙ୍କୁ ଛାତ୍ର ଛାତ୍ରୀ ଓ ଅଭିଭାବକ ତଥା ସମାଜ ରେ ଭଗବାନର ଆଖ୍ୟା ଦିଆଯାଏ ତାଙ୍କର ଏଭଳି କାମ ଶିକ୍ଷକ ସମାଜକୁ ନିନ୍ଦତ କରିଛି ।

Comments are closed.