ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର କଡା ଚେତାବନୀ
କଟକ: ଓକିଲଙ୍କ ଆନ୍ଦୋଳନ ଯୋଗୁଁ ବାରମ୍ବାର କୋର୍ଟ କାର୍ଯ୍ୟ ବ୍ୟାହତ ହେବାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାର୍ କାଉନସିଲ ଅଫ୍ ଇଣ୍ଡିଆ। ତୁରନ୍ତ ଆନ୍ଦୋଳନ ବନ୍ଦ କରିବା ଲାଗି ଓକିଲମାନଙ୍କୁ ଚିଠି କରିଛନ୍ତି ବାର୍ କାଉନସିଲ ଅଫ୍ ଇଣ୍ଡିଆ। ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଓଡ଼ିଶାରେ କାର୍ଯ୍ୟରତ ୬୮ଟି ବାର୍ ଆସୋସଏସନ୍ ସଭାପତି ଓ ସଂପାଦକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବିସିଆଇ ଦର୍ଶାଇଛି ଯେ, ସୁପ୍ରିମକୋର୍ଟ ଓକିଲମାନଙ୍କ ଆନ୍ଦୋଳନକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିସିଆଇ ଓଡ଼ିଶାର ବାର୍ ଆସୋସିଏସନ୍ ଗୁଡ଼ିକୁ ସେମାନଙ୍କର ଆନ୍ଦୋଳନ ବନ୍ଦ କରିବା ଲାଗି ଅନୁରୋଧ କରିଛି। ଓକିଲମାନେ ଯଦି ତୁରନ୍ତ ପାଳନ ନ କରନ୍ତି ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆ ଯାଇପାରେ। ଯଦି କୌଣସି ଓକିଲଙ୍କ ଦୋଷ ପ୍ରମାଣିତ ହୁଏ ତେବେ ସେମାନେ ଆଉ କୋର୍ଟ କାର୍ଯ୍ୟରେ ଯୋଗ ଦେଇପାରିବେନି । ସେହି ଓକିଲଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରେ।
ପୂର୍ବରୁ ଓଡ଼ିଶାରେ ଓକିଲମାନଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ବାର୍ କାଉନସିଲ ଅଫ୍ ଇଣ୍ଡିଆର ଆଭିମୁଖ୍ୟ ଜାଣିବାକୁ ଚାହିଁଥିଲେ। ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଗୋପାଳ କୃଷ୍ଣ ମହାନ୍ତି କହିଛନ୍ତି ଯେ, ସେମାନେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଚିଠି ପାଇଛନ୍ତି। ଯେଉଁଥିଲେ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ଉଲ୍ଲେଖ ରହିଛି। ସେପଟେ ଓଡିଶା ଷ୍ଟେଟ୍ ବାର୍ ଆସୋସିଏସନର ଅଧ୍ୟକ୍ଷ ଟହଲି ଚରଣ ମହାନ୍ତି କହିଛନ୍ତି ଯେ, ସେଭଳି କୌଣସି ଚିଠି ତାଙ୍କର ହସ୍ତଗତ ହୋଇନାହିଁ।
Comments are closed.