ଫଡନାଭିସ୍ଙ୍କ ମତରେ କୌଣସି ସତ୍ୟତା ନାହିଁ: ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ଜମୁଛି ବୟାନବାଜି ରାଜନୀତି। ଆଜି ବିଜେପି ସରକାର ଗଠନ କରିବ ଓ ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବି ବୋଲି ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି। ଏଥିସହିତ ୫୦: ୫୦ ଫର୍ମୁଲା ବିଷୟରେ ଆଲୋଚନା ହୋଇନାହିଁ ବୋଲି କହିଥିଲେ ଫଡନାଭିସ୍। ମହାରାଷ୍ଟ୍ରରେ ଶିବସେନା ୫୦: ୫୦ ଫର୍ମୁଲା ପାଳନ କରିବାକୁ ଚାହୁଁଥିବାରୁ ଏଥିରେ ବିଜେପି ରାଜି ହୋଇନାହିଁ। ଫଡନାଭିସ୍ଙ୍କ ଏପରି ମନ୍ତବ୍ୟର ପାଲଟା ଜବାବ ଦେଇଛି ଶିବସେନା।
ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଫଡନାଭିସ୍ ୫୦:୫୦ ବୁଝାମଣା ହୋଇନାହିଁ ବୋଲି ଯେଉଁ ମତ ଦେଉଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ। ଆମେ କ୍ଷମତା ପଛରେ ଗୋଡ଼ାଇବା ଭଳି ଲୋକଙ୍କ ମଧ୍ୟରେ ନାହୁଁ। କିନ୍ତୁ ଦୁଇ ଦଳ ମଧ୍ୟରେ ୫୦: ୫୦ ଫର୍ମୁଲାରେ ବୁଝାମଣା ମିଡିଆ ସାମ୍ନାରେ ହିଁ ହୋଇଥିଲା। ଏବେ ଆମେ ଆମ ଅଧିକାର ସମ୍ପର୍କରେ ଦାବି କରୁଛୁ। ସୂଚନାଥାଉକି, ମେଣ୍ଟ ପୂର୍ବରୁ ଶିବସେନା ସହ ବିଜେପି ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦: ୫୦ ଫର୍ମୁଲା ସମ୍ପର୍କରେ ବୁଝାମଣା କରି ନଥିଲା ବୋଲି ଫଡନାଭିସ କହିଥିଲେ।
Comments are closed.