Odisha Link
Bridging the Missing Links in Odisha

ଗୋଟିଏ ଆଖିରେ ଦେଖିବ ରିଙ୍କି, କ୍ଷତିପୂରଣ ଦାବି

ନୟାଗଡ଼: ଚିକିତ୍ସା ତ୍ରୁଟିରୁ ଆଖି ନଷ୍ଟ ଘଟଣା ସାରା ରାଜ୍ୟରେ ଚହଳ ପକାଇଛି। ନୟାଗଡ଼ରେ ୬ ବର୍ଷୀୟା ଝିଅ ରିଙ୍କିର ଚିକିତ୍ସାରେ ତ୍ରୁଟିରୁ ଆଖି ନଷ୍ଟ ଘଟଣାରେ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ। କ୍ଷତିପୂରଣ ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ରିଙ୍କିର ବାପା। ଘଟଣାକୁ ନେଇ ନୟାଗଡ଼ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ବାପା। ଆବଶ୍ୟକ କ୍ଷତିପୂରଣ ସହ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ଏପଟେ ଡାକ୍ତରଙ୍କ ଅବହେଳା ଅଭିଯୋଗ ହେବାର ମାସେ ପୂରିଥିବା ବେଳେ କେବଳ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଡିଏମଓ। ଏହାସହ ରିଙ୍କିର ନଷ୍ଟ ହୋଇଥିବା ଆଖି ସ୍ଥାନରେ ଏକ କୃତ୍ରିମ ଆଖି ରୋପଣ ପାଇଁ ୧୫ ହଜାର ଟଙ୍କା ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସିଡିଏମଓ। ସରକାରୀ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ୬ ବର୍ଷୀୟ ଝିଅ ରିଙ୍କିର ଆଖି ନଷ୍ଟ ହୋଇଯାଇଥିଲା। ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରିଙ୍କିର ଗୋଟିଏ ଆଖି ଅସ୍ତ୍ରୋପଚାର କରି ବାହାର କରି ଦିଆଯାଇଛି।

Comments are closed.