Odisha Link
Bridging the Missing Links in Odisha

ଦେବଗଡ ଗସ୍ତରେ ୫ଟି ସଚିବ

ଦେବଗଡ: ଆଜି ଦେବଗଡ଼ ଜିଲ୍ଳା ମୁଖ୍ୟ ଚକିତ୍ସାଳୟ ବୁଲି ଦେଖିଲେ ପାଣ୍ଡିଆନ୍। ଡାକ୍ତରଖାନାରେ ବିଭିନ୍ନ ୱାର୍ଡର ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍। ୱାର୍ଡ଼କୁ ୱାର୍ଡ଼ ବୁଲି ଜଣ ଜଣକୁ ପଚାରି ବୁଝିଛନ୍ତି। ଏହାସହ ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ‘ଫାଇଭ୍ ଟି’ ସଚିବ। ଡାକ୍ତରଖାନାର ଡାକ୍ତର ଅଭାବ ଓ ଭିତିଭୂମି ସଂପର୍କରେ ମେଡିକାଲ କର୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହା ପରେ ଅନୁଗୁଳ ଗସ୍ତ କରିଛନ୍ତି ପାଣ୍ଡିଆନ।
ଗାନ୍ଧୀ ଜୟନ୍ତୀରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହେବାରେ ସରକାରୀ ସ୍ତରରେ ତତ୍ପରତା ଦେଖାଦେଇଛି। ବେଶ୍ କିଛି ଦିନ ହେବ ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ‘ଫାଇଭ୍ ଟି’ ସଚିବ ପାଣ୍ଡିଆନ୍। ଜିଲ୍ଳାରୁ ଜିଲ୍ଳା ହସ୍ପିଟାଲ, ଥାନା ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି ପାଣ୍ଡିଆନ। ବିଭିନ୍ନ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା ସିଧାସଳଖ ଆଲୋଚନା କରୁଛନ୍ତି। ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ଫାଇଭ୍ ଟି ସଚିବ।

Comments are closed.