ପୁଣି ଭାରରେ ବୁହା ହେଲେ ରୋଗୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୁଣି ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସିଛି। ସରକାର ଗରିବ ଲୋକଙ୍କ ପାଇଁ ନାନାଦି ଯୋଜନାମାନ କରୁଥିଲେ ମଧ୍ୟ ଏବେବି ଅବହେଳିତ ଅବସ୍ଥାରେ ରହିଛନ୍ତି ଲୋକ। ପୁଣି କଳାହାଣ୍ଡି ଜିଲ୍ଲା ରୋଗୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା ନଥିବା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ୬ କି.ମି. ପର୍ଯ୍ୟନ୍ତ ଭାରରେ ବୁହାହେଲେ ରୋଗୀ।
ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ସ୍ଥାନୀୟ ଅଞ୍ଚଳର ସୁରତୀ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲକୁ ନେବାପାଇଁ ଚାହିଁଥିଲେ ପରିବାରଲୋକ। ତେବେ ବ୍ଲକ୍ ର ବାଡାପଦରଠାରୁ ମାର୍ଚାଯୋର ପର୍ଯ୍ୟନ୍ତ ରାସ୍ତା ନଥିବାରୁ ପରିବାରଲୋକେ ୬ କି.ମି. ବାଟ ରୋଗୀଙ୍କୁ ଭାରରେ ବୋହିନେଇଥିଲେ। ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇ ମଦନପୁର ରାମପୁର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି।
Comments are closed.