Odisha Link
Bridging the Missing Links in Odisha

ଓରମାସ୍‌ ତାଲିମ ପ୍ରାପ୍ତ ଯୁବବର୍ଗଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଉଛି

ଭୁବନେଶ୍ୱର : ପୂର୍ବାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ନିର୍ବାହୀ ଅଧିକାରୀ (ସି.ଏକ୍ସ.ଓ) ସମ୍ମିଳନୀ କକ୍ଷରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି କହିଲେ ଓର୍‌ମାସ ସାରା ରାଜ୍ୟରେ ବେରୋଜଗାର ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କରି ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସଂପ୍ରତି ରାଜ୍ୟରେ ୭୫ଟି ସଂସ୍ଥା ସହଯୋଗରେ ୧୪୬ଟି ଭିନ୍ନ ଭିନ୍ନ ଟ୍ରେଡ୍‌ରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରୁଛି । ଗରିବ ପରିବାରର ୧୮ରୁ ୩୫ ବର୍ଷ ବୟସ୍କ ବେରୋଜଗାର ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ କରି ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଜେନା ପ୍ରକାଶ କରିଥିଲେ । ଏଥି ସହ ତାଲିମ ପ୍ରାପ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ଦିଗରେ ମଧ୍ୟ ଓର୍‌ମାସ ତା’ର ପ୍ରୟାସ ଜାରି ରଖିଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ବେରୋଜଗାର ଯୁବବର୍ଗଙ୍କୁ କର୍ମନିଯୁକ୍ତି ଦେଇ ସେମାନଙ୍କ ପରିବାର ମଧ୍ୟରେ ଏକ ନୂଆ ଆଶା ସଂଚାର କରିଛି । ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରୁ ୭୫୦ ଜଣ ଡିଡିୟୁ-ଜିକେଓ୍ୱାଇ ପ୍ରଶିକ୍ଷକଙ୍କୁ ମାନ ପତ୍ର ପ୍ରଦାନ କରାଯିବା ସହ ସେମାନଙ୍କ ଦକ୍ଷତାର ବିକାଶ ଦିଗରେ ମଧ୍ୟ ଉଦ୍ୟମ କରାଯାଉଛି । ୨୦୧୪-୧୫ ମସିହାରୁ ଓଡ଼ିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବା ଦିଗରେ ଓଡ଼ିଶା ସାରା ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏଥି ପାଇଁ ୨୦୧୬-୧୭ ଏବଂ ୨୦୧୭-୧୮ ଓଡ଼ିଶାକୁ ଲଗାତାର ଦୁଇ ଥର ପାଇଁ କେନ୍ଦ୍ର ସରକାର, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସମ୍ମାନିତ କରିଛନ୍ତି । ସେହି ପରି ୨୦୧୬-୧୭ ମସିହାରେ ଗ୍ରାମୀଣ ଦକ୍ଷତା ବିକାଶରେ ଶ୍ରେଷ୍ଠ ରାଜ୍ୟ ଭାବେ, ଉତ୍କର୍ଷ ସେବା ପାଇଁ ୟୁରୋ ପ ଇଣ୍ଡିଆ ଫାଉଣ୍ଡେସନ୍‌ ତରଫରୁ ମଧ୍ୟ ଓଡ଼ିଶାକୁ ସଞ୍ଚର୍ଦ୍ଧିତ କରାଯାଇଛି । ଓଡ଼ିଶାରେ ଡିଡିୟୁ-ଜିକେଓ୍ୱାଇକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବା ସହ, ପିଆଇଏ ( ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା)ମାନଙ୍କ ଜରିଆରେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ଏକ ଲକ୍ଷ ୬୦ ହଜାର ବେକାର ଯୁବକଯୁବତୀଙ୍କୁ ତାଲିମ ଦିଆଯିବ ସହ ଏକ ଲକ୍ଷ ୨୦ ହଜାରଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯାଇଛି ।
ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଡିଡିୟୁ-ଜିକେଓ୍ୱାଇ ସ୍କିଲ୍‌ ଆଇକନ୍‌ଙ୍କୁ ମନ୍ତ୍ରୀ ଜେନା ସଞ୍ଚର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧାକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂ, ଓର୍‌ମାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ସମୃତିରଞ୍ଜନ ପ୍ରଧାନଙ୍କ ସମେତ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ
କରୁଥିବା ବିଭିନ୍ନ ସଂସ୍ଥାର ପ୍ରତିନିଧି, କର୍ପୋରେଟ୍‌ ସଂସ୍ଥାର ପ୍ରତିନିଧି, ବୁଦ୍ଧିଜୀବୀ, ବିଭିନ୍ନ ରାଜ୍ୟରୁ ଗ୍ରାମୀଣ ଜୀବିକା ମିଶନର ଅଧିକାରୀ, ଶିଳ୍ପ ସଂସ୍ଥାର ବରିଷ୍ଟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

Comments are closed.