୪୦ ହଜାର ଟପିଲା ସେନସେକ୍ସ

ମୁମ୍ବାଇ: ସରିଲା ଦୀପାବଳି। ପରେ ଦେଖିବାକୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ୨ଶହ ପଏଣ୍ଟ ବଢ଼ି ଆଜି ୪୦ହଜାର ପଏଣ୍ଟ ଅତିକ୍ରମ କରିଛି ସେନସେକ୍ସ। ସେହିପରି କିଛି ଦିନର ମାନ୍ଦାବସ୍ଥା ପରେ ନିଫ୍ଟିରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି। ୫୦ ସୂଚକାଙ୍କ ବୃଦ୍ଧି ଘଟି ୧୧ହଜାର ୮୮୪ ଅଙ୍କରେ ପହଁଚିଛି ନିଫ୍ଟି। ତେବେ ବିଗତ ୪ଦିନ ଭିତରେ ସେନସେକ୍ସ ଉତ୍ସାହଜନକ ଭାବେ ହଜାରେ ପଏଣ୍ଟ ବଢ଼ିଛି। ପବ୍ଲିକ ସେକ୍ଟର ବ୍ୟାଙ୍କ ଗୁଡିକରେ ଭଲ ନିବେଶ ହୋଇଛି। ନିଫ୍ଟି ଇଣ୍ଡେକ୍ସରେ ଏହାର ସେୟାରରେ ୧.୭ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଆଇଟି, ଏଫଏମ୍ସିଜି, ଅର୍ଥନୈତିକ ସେବା କ୍ଷେତ୍ରରେ ଦଶମିକ ୫ ପ୍ରତିଶତ ବୃଦ୍ଧି ହୋଇଛି। କିନ୍ତୁ ଅଟୋମୋବାଇଲ ସେକ୍ଟର ପୂର୍ବଭଳି ମାନ୍ଦାବସ୍ଥା ଭିତରେ ରହିଛି। ଦଶମିକ ୭ ପ୍ରତିଶତ ହ୍ରାସ ଦେଖିଛି ମାର୍କେଟ। ବିଗତ କିଛି ଦିନ ଧରି ନିଫଟିରେ ଲାଗିରହିଥିଲା ମାନ୍ଦାବସ୍ଥା।
କିନ୍ତୁ ଏବେ ଖରାପ ସମୟ ଅତିକ୍ରମ କରି ଉନ୍ନତି ପଥରେ ଗତି କରୁଛି । ମାର୍କେଟରେ ସବୁଠୁ ଟପ୍ ଗେନର ରହିଛି ଭାରତୀ ଏୟାରଟେଲ । ଏହାର ସେୟାରରେ ୩ ଦଶମିକ ୨ ପ୍ରତିଶତର ଆଶାନୁରୂପ ବୃଦ୍ଧି ଘଟିଛି । ଅନ୍ୟମାନଙ୍କ ଭିତରେ ଇନେଫାସିସ୍, ଆଟିସି, ଜି.ଏଣ୍ଟରଟେନେମଣ୍ଟ,ଏଲ୍ଆଣ୍ଡଟି, ଉଇପ୍ରୋ ଓ ନେଷ୍ଟଲ ଇଣ୍ଡିଆ ସେୟାର ଦେଖିଛନ୍ତି ଉନ୍ନତିର ରାସ୍ତା । ଯାହା ନିବେଶକଙ୍କ ଭିତରେ ଉତ୍ସାହ ବଢ଼ାଇଛି । ଭାରତୀୟ ବଜାରରେ ଗତ କିଛି ସପ୍ତାହ ଧରି ମାନ୍ଧାବସ୍ଥା ଜାରି ରହିଥିବା ବେଳେ ଦୀପାବଳି ପରେ ଏବେ ପୁଣିଥରେ ଉତ୍ସାହ ଦେଖିବାକୁ ମିଳିଛି ।
Comments are closed.