ପିଲାଙ୍କ ସହ ନାଚିଲେ ତାରା

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ଼ ହାଇସ୍କୁଲ ପଡ଼ିଆରେ ଗତକାଲି ରାଜ୍ୟ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା। ପ୍ରତିଯୋଗିତାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉଦଘାଟନ କରିଥିବା ବେଳେ ମନ୍ତ୍ରୀ ପଦ୍ମିନୀ ଦିଆନ, ଜୟପୁର ବିଧାୟକ ତାରା ବାହିନୀପତି, ପଟ୍ଟଙ୍ଗୀ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କ ସହ ତାରା ବି ସାମିଲ ହୋଇଥିଲେ। ପରେ ଉପସ୍ଥିତ ଅନ୍ୟ ଅତିଥିମାନେ ମଧ୍ୟ ସମବେତ ନୃତ୍ୟରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ନେତା, ମନ୍ତ୍ରୀ, ଅଧିକାରୀଙ୍କ ଏ ନାଚକୁ ଉପସ୍ଥିତ ଲୋକେ ବେଶ୍ ଉପଭୋଗ କରିଥିଲେ।
Comments are closed.