ଭିଜିଲାନ୍ସ ହାତରେ ଧରାପଡିଲେ ପିଇଓ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନୀଳାଦ୍ରି ପ୍ରସାଦ ପାଞ୍ଚୟତର ପିଇଓ ନବ କିଶୋର ଦାସ ସେହି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ସନ୍ତୋଷ ସାହୁଙ୍କ ଠାରୁ ଏକ ବିଲ୍ ୩ଲକ୍ଷ ୭୦ ହଜାର ଟଙ୍କା ପାସ୍ କରିବା ପାଇଁ ୪୦ହଜାର ଟଙ୍କା ଦାବି କରିଥିଲେ। ମାତ୍ର ତିରିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଦୋକାନ ଘର ବିଲ କରାଇବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ ନବ କିଶୋର ଦାସ। ଏହି ଘଟଣା ଗତକାଲି ଅପରାହ୍ନରେ ଘଟିଥିଲା ହେଲେ ଏ ସଂପର୍କରେ ବାଣପୁର ବିଡିଓଙ୍କ ପାଖରେ କୌଣସି ସୂଚନା ନଥିବା ବିଡ଼ିଓ କହିଛନ୍ତି ।
Comments are closed.