ଚଳନ୍ତା ବସ୍ରୁ ବାହାରିଗଲା ଚକା

ନବରଙ୍ଗପୁର: ଚଳନ୍ତା ଯାତ୍ରୀବାହୀ ବସରୁ ହୁଗୁଳି ପଳାଇଲା ୪ ଟି ଚକ। ଫଳରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍। ଅଳ୍ପକେ ବର୍ତ୍ତିଗଲେ ୪୫ରୁ ଅଧିକ ଯାତ୍ରୀ।
ସୂଚନା ଅନୁସାରେ, ନବରଙ୍ଗପୁର ଡାବୁଗାଁ ଥାନା କନ୍ୟାଶ୍ରମ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଉମରକୋଟରୁ ଦାମନଯୋଡି ଯାଉଥିବା ଏମଏସବି ନାମକ ଯାତ୍ରୀବାହୀ ବସରେ ୪୫ ରୁ ଅଧିକ ଯାତ୍ରୀ ଥିଲେ।
ବସର ପଛ ଚକ ୪ ଟି ହୁଗୁଳି ଯିବାରୁ ବସ୍ ଟି ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଥିଲା। ଏକ ଗାଡିକୁ ଓଭରଟେକ୍ ବେଳେ ଏହି ଅଘଟଣ ଘଟିଥିବା ଜଣାପଡିଛି। ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
Comments are closed.