Odisha Link
Bridging the Missing Links in Odisha

ଭାରରେ ୪୦ କିମି ବୁହା ହେଲା ଶବ

ମାଲକାନଗିରି: ଅର୍ଥ ଅଭାବରୁ ମୃତଦେହକୁ ୪୦ କିଲୋମିଟର ବୋହିଲେ ପରିବାର ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଟେମୁରୁପାଲି ଅଞ୍ଚଳରେ।
କିଛି ଦିନ ହେବ ଟେମୁରୁପାଲି ଗାଁର ମୁଡେ କାଲମରି ନାମକ ଜଣେ ମହିଳାଙ୍କ ଦେହ ହାତ ଫୁଲିବାରେ ଲାଗିଥିଲା। ତେଣୁ ପରିବାର ଲୋକେ ତାଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ପରିବାର ଲୋକେ ତାଙ୍କୁ ଘରକୁ ଧରି ଆସିଥିଲେ।
ଏହାପରେ ତାଙ୍କୁ ଗୁରୁଗୁଡ଼ାରେ ଥିବା ଜଣେ ଗୁଣିଆଙ୍କ ନିକଟକୁ ଝଡ଼ାଫୁଙ୍କା ପାଇଁ ନିଆଯାଇଥିଲା। ମାତ୍ର ଗତକାଲି ରାତି ପ୍ରାୟ ୮ଟା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ଗାଁକୁ ନେବା ପାଇଁ ଟଙ୍କା ନଥିବାରୁ ପରିବାର ଲୋକେ ଏବଂ ସମ୍ପର୍କୀୟ ମୃତଦେହକୁ ପାହାଡ଼ିଆ ଜଙ୍ଗଲ ରାସ୍ତାରେ ଏକ ଭାର କରି ବୋହି ବୋହି ଗାଁକୁ ଆଣିଥିଲେ।

Comments are closed.