Odisha Link
Bridging the Missing Links in Odisha

ଆଜିଠୁ ବଦଳିଲା ଜମ୍ମୁ-କଶ୍ମୀର ଭୂଗୋଳ, ହେଲା ୨ଟି କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ: ଆଜିଠାରୁ ବଦଳି ଯାଇଛି ଜମ୍ମୁ-କଶ୍ମୀର ସହ ଜଡ଼ିତ ୭୨ ବର୍ଷର ଇତିହାସ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ କ୍ରମେ ଆଜି ମଧ୍ୟରାତ୍ରିରୁ ଜମ୍ମୁ-କଶ୍ମୀର ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଅର୍ଥାତ ଆଜିଠାରୁ ଦେଶର ରାଜ୍ୟ ସଂଖ୍ୟା ୨୮କୁ ଖସିଆସିଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି।

ସୂଚନାଥାଉକି, ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ପୂର୍ବରାତିରୁ କେନ୍ଦ୍ର ସରକାର କଟକଣା ଲାଗୁ କରିବାର ୮୬ ଦିନ ପରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ ଭାଙ୍ଗି ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି।

ଜମ୍ମୁ-କଶ୍ମୀର ପୁର୍ନଗଠନ ଆଇନ ୨୦୧୯ ଅନୁଯାୟୀ ଆଜି ରାତି ୧୨ଟା ପରେ ପରେ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ରୂପ ନେଇଛି। ଏହାର ୩ ମାସ ପୂର୍ବରୁ ଅର୍ଥାତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଥିଲେ। ତେବେ ଏହା କାର୍ଯ୍ୟକାରୀ ହେବାପରେ ରାଜ୍ୟ ସଂଖ୍ୟା ୨୮କୁ ହ୍ରାସ ପାଇବ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପୁର୍ନବାର ସ୍ପଷ୍ଟ ବହୁମତ ସହ ସରକାରକୁ ଆସିବା ପରେ ଧାରା ୩୭୦ ଉଚ୍ଛେଦ ସହ ଏହି ନିଷ୍ପତ୍ତି ନିଆଯାଇଥିଲା। ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ ଅନ୍ୟତମ ପଦକ୍ଷେପ କୁହାଯାଉଥିବା ଏହି ଘୋଷଣା ସରକାର କ୍ଷମତାକୁ ଆସିବାର ୯୦ ଦିନ ମଧ୍ୟରେ ନେଇଥିଲେ।

Comments are closed.