Odisha Link
Bridging the Missing Links in Odisha

୫ଟି କୁ ନେଇ ମୁହଁ ଖୋଲିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ମୋ ସରକାର ଓ ୫ଟି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଲାଗିପଡିଛନ୍ତି ସଚିବ। ବିଭିନ୍ନ ଜିଲ୍ଲା ଗସ୍ତକରି ଲୋକଙ୍କଠୁ ଫିଡବ୍ୟାକ୍ ନେବା ସହ ତୁରନ୍ତ ଆକ୍ସନ ମଧ୍ୟ ନେଉଛନ୍ତି। ସଚିବମାନଙ୍କ ଜିଲ୍ଲା ଗସ୍ତକୁ ନେଇ ଯେଭଳି ତୁମ୍ବିତୋଫାନ ଚାଲିଛି ତାକୁ ବିରୋଧୀ ହଜମ କରିପାରୁ ନାହାନ୍ତି। ମୋ ସରକାର କାର୍ଯ୍ୟକ୍ରମରେ ୫ଟି ର ବ୍ୟବହାର ଆଉ ଅନସ୍ପଟ ଆକ୍ସନକୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ବିଶେଷକରି ଥାର୍ଡ ଫ୍ଲୋରର ସବୁ ଅଧିକାରୀଙ୍କଠୁ ବିଭିନ୍ନ ସଚିବଙ୍କ ପର୍ଯ୍ୟନ୍ତ ମୋ ସରକାର କାର୍ଯ୍ୟକ୍ରମକୁ ସଫଳ କରିବାକୁ ଲାଗିପଡିଥିବାରୁ ତାକୁ ନେଇ ସବୁ ଦଳ ଏବେ ଭିଡା ଭିଡି ଅବସ୍ଥାରେ।
ଏଭଳି ସ୍ଥିତିରେ ୫ଟି କୁ ନେଇ ପୁଣି ମୁହଁ ଖୋଲିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। ୫ଟି ଏକ ଅଭିନବ ପ୍ରୟାସ ନୁହେଁ। ୫ଟି ଏକ ସ୍ବତନ୍ତ୍ର ବିଭାଗ ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି। ଏହାଦ୍ବାରା ଅନ୍ୟ ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ କ୍ଷମତା ସଙ୍କୁଚିତ ହେଉଛି। ୫ଟି ଏକ ନୂଆ କନସେପ୍ଟ ନୁହେଁ ବୋଲି ଅପରାଜିତା କହିଛନ୍ତି। ଆଇଏଏସ ଟ୍ରେନିଂ ସମୟରେ ଆମକୁ ମଧ୍ୟ ୫ଟି କୁ ନେଇ ଅବଗତ କରାଯାଇଥିଲା ବୋଲି ସିଧାସଳଖ ଶୁଣାଇଛନ୍ତି ଅପରାଜିତା। ୫ଟି ଭଳି ଅନ୍ୟ ଏକ ବିଭାଗ ନକରି ଯେଉଁ ବିଭାଗ ଦାୟିତ୍ବରେ ଯିଏ ଅଛନ୍ତି ସେମାନଙ୍କୁ ସକ୍ଷମ କରାଯାଉ ବୋଲି ସେ କହିଛନ୍ତି।

Comments are closed.