‘ବିଗ୍ବସ୍’ରେ ତଡକା ଲଗେଇବେ ଏହି ଅଭିନେତ୍ରୀ
![](https://www.odishalink.com/wp-content/uploads/2019/10/bigboss-sefali.jpg)
ମୁମ୍ବାଇ: ଟେଲିଭିଜନର ସୁପର ହିଟ୍ ଶୋ ‘ବିଗବସ୍’ର ସବୁ ସିଜିନର ଟିଆରପି ଅଧିକ ଥାଏ । କିନ୍ତୁ ଚଳିତ ବର୍ଷ ଶୋଟି ଟିଆରପି ରେସ୍ ରେ ପଛୁଆ ହୋଇଯାଇଛି । ‘ବିଗ୍ବସ୍’ର ପୂର୍ବ ସମସ୍ତ ସିଜିନ କୁ ଦର୍ଶକ ମାନେ ଅନେକ ପସନ୍ଦ କରୁଥିଲେ। ନିର୍ମାତା ଶୋ’ର ଟିଆର୍ପି ବଢ଼ାଇବା ପାଇଁ ଚେଷ୍ଟା ଚଲାଇଛନ୍ତି ।
ସେଥିପାଇଁ ନିର୍ମାତା, କାଣ୍ଟା ଲଗା ଗର୍ଲ ସେଫାଲି ଜରିୱାଲାଙ୍କର ଏଣ୍ଟ୍ରି ହୋଇଛି। ଶେଫାଲି ଜଣେ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରି ସିକ୍ରେଟ ରୁମ୍ରେ ରହି ଅନ୍ୟ ପ୍ରତିଯୋଗୀଙ୍କ ଉପରେ ନଜର ରଖିଥିବା ଦେଖିବାକୁ ମିଳିଛି। ଶେଫାଲିଙ୍କ ଏଣ୍ଟ୍ରିକୁ ନେଇ ତାଙ୍କ ଫ୍ୟାନ୍ମାନେ ବେଶ୍ ଉତ୍ସାହିତ ଅଛନ୍ତି। ଶେଫାଲିଙ୍କର ଗ୍ଲାମର୍ର ତଡ଼କା ଶୋ’ର ଟିଆର୍ପି ବଢ଼ାଇପାରୁଛି କି ନାହିଁ ତାହା ଦେଖିବା ବାକି ରହିଲା।
Comments are closed.