Odisha Link
Bridging the Missing Links in Odisha

ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼, ଏକନାଥ ସିନ୍ଦେ ହେଲେ ଶିବସେନା ବିଧାୟକ ଦଳ ନେତା

ମହାରାଷ୍ଟ୍ର: ଦିନକୁ ଦିନ ମହାରାଷ୍ଟ୍ର ରାଜନୀତିରେ ଆସୁଛି ନୂଆ ମୋଡ଼। ମହାରାଷ୍ଟ୍ରରେ ସରକାର ଗଠନ ନେଇ ଏଯାଏ ସମାଧାନର ବାଟ ଫିଟିନାହିଁ। ହେଲେ ଶିବସେନା ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଦେଙ୍କୁ ଚୟନ କରାଯାଇଛି। ତାଙ୍କ ନାଁ ନିଜେ ପ୍ରସ୍ତାବ ଦେଇଥିଲେ ଆଦିତ୍ୟ ଠାକରେ। ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି।

ଏହା ସହ ସାଢେ ୩ଟା ବେଳେ ମହାରାଷ୍ଟ ରାଜ୍ୟପାଳ ଭଗତ ସିଂ କୋଷିୟାରିଙ୍କୁ ଭେଟିବ ଶିବସେନା। ଆଦିତ୍ୟ ଠାକରେ, ଏକନାଥ ସିନ୍ଦେ, ଦିବାକର ରାଉତେ ଓ ସୁବାସ ଦେଶାଇ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଆଦିତ୍ୟ ଠାକରେଙ୍କୁ ବିଧାୟକ ଦଳ ନେତା କରାଯିବା ନେଇ ଚର୍ଚ୍ଚା ଚାଲିଥିଲା।

ସୂଚନାଥାଉକି, ବିଜେପି ବିଧାୟକ ଦଳ ନେତା ଭାବେ ଦେବେନ୍ଦ୍ର ଫଡନାଭିସ୍‌ ମନୋନୀତ ହୋଇଛନ୍ତି। ଏଥିସହିତ ବିଜେପି ଏବଂ ଶିବସେନା ମିଶି ସରକାର ଗଠନ କରିବେ ବୋଲି ଦେବେନ୍ଦ୍ର କହିଥିଲେ।

Comments are closed.