ସନ୍ନିଙ୍କ ନୂଆ ଅନ୍ଦାଜ
![](https://www.odishalink.com/wp-content/uploads/2019/10/suny.jpg)
ମୁମ୍ବାଇ: ବଲିଉଡର ହଟ୍ ଓ ବୋଲ୍ଡ ଅଭିନେତ୍ରୀ ସନ୍ନି ଲିଓନଙ୍କ ଅନ୍ଦାଜରେ ସମସ୍ତେ ଦିୱାନା । କିଛି ଦିନ ହେବ ସନ୍ନିଙ୍କର କୌଣସି ସିନେମା କି ଗୀତ ନଜର ଆସିନି । କିନ୍ତୁ ଏବେ ଦର୍ଶକ ସନ୍ନିଙ୍କୁ ଖୁବ୍ଶୀଘ୍ର ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ପାଇବେ। ତାଙ୍କୁ କଥକ ନୃତ୍ୟ କରୁଥିବା ଦେଖିବାରୁ ମିଳିବ। ସେ ଏକ ଗ୍ରୁପ୍ ଡ୍ୟାନ୍ସ ‘ଅଭିମନ୍ୟୁ’ରେ ପର୍ଫମ କରିବାକୁ ଯାଉଛନ୍ତି । ସନ୍ନିଙ୍କୁ କଥକ ନୃତ୍ୟଶିଳ୍ପୀ ସନ୍ଦିପ ମହାବୀର କୋରିଓଗ୍ରଫି କରିବେ। ସେ ନିଜ ଡ୍ୟାନ୍ସ କିପରି ଭଲ ହେବ ସେଥିପାଇଁ ଦିନକୁ ପାଖାପାଖି ୧୨ ଘଣ୍ଟା ନୃତ୍ୟ ଅଭ୍ୟାସ କରୁଛନ୍ତି ।
ସନ୍ନି ନିଜର ଏହି ପର୍ଫମାନ୍ସକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଦର୍ଶକ ସନ୍ନିଙ୍କୁ ୧୫ କିଲୋ ଓଜନର ଏକ ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରୁଥିବାର ଦେଖିବାକୁ ପାଇବେ । ସନ୍ନି ତାଙ୍କର ଏହି କାମକୁ ନେଇ ଅନେକ ଖୁସି ଓ ଉତ୍ସାହ ଅଛନ୍ତି ।
Comments are closed.