Odisha Link
Bridging the Missing Links in Odisha

ରାଜଭବନ ଘେରିଲା କଂଗ୍ରେସ

ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ବିରୋଧୀ ଦଳ ପୁଣିଥରେ ସକ୍ରିୟ ହୋଇଉଠିଛନ୍ତି। ଆଜି ରାଜଭବନ ଘେରାଉ କରିଛି କଂଗ୍ରେସ। ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରି ଧାରଣା ଦେଇଛନ୍ତି ପିସିସି ସଭାପତିଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ।
ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟାର ରୂପ ଦେଇ ବାଏଁବାଏଁ ଉଡାଇ ଦେବାକୁ ବସିଛି ପୁଲିସ। ଯାହାକୁ କେନ୍ଦ୍ରକରି ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ଯାହାକୁ ନେଇ ଯାଜପୁରର ତାତି ଏବେ ଭୁବନେଶ୍ବର ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି। ଆଜି କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବା ସହିତ ରାଜ୍ୟପାଳଙ୍କ ନିକଟରେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବି ରଖା ଯାଇଛି।

Comments are closed.