ଦିଲ୍ଲୀରେ ଜୀବବିଜ୍ଞାନ ପ୍ରତିଷ୍ଠାନର ୧୮ଶ ବାର୍ଷିକ ଅଧିବେଶନ

ଭୁବନେଶ୍ୱର : ଓଡ଼ିଶାରେ ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ଉଚ୍ଚତର ତାଲିମ ସହିତ ବିଜ୍ଞାନକୁ ଲୋକ ପ୍ରିୟ କରିବା ନିମନ୍ତେ କେନ୍ଦ୍ର ସରକାର ଅଧିକ ପ୍ରୋତ୍ସାହନମୂଳକ ନେବା ସାଙ୍ଗକୁ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ରାଜ୍ୟରେ ଅଧିକ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ ପାଇଁ ପ୍ରଯତ୍ନ କରନ୍ତୁ ବୋଲି ୟବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱ ଦେଇଛନ୍ତି । ପୂର୍ବାହ୍ନରେ ନୂଆଦିଲ୍ଲୀ ଲୋଦି ଇଷ୍ଟେଟ୍ରେ ଥିବା କେନ୍ଦ୍ର ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ବିଜ୍ଞାନ କେନ୍ଦ୍ରରେ ଓଡ଼ିଶାସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନର ୧୮ଶ ବାର୍ଷିକ ସାଧାରଣ ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ପଣ୍ଡା ଉପରୋକ୍ତ ମର୍ମରେ ପରାମର୍ଶ ଦେଇଛନ୍ତି ।
ମନ୍ତ୍ରୀ ପଣ୍ଡା ଏହି ଅଧିବେଶନରେ ତଥ୍ୟ ରଖି କହିଛନ୍ତି ଯେ ରାଜ୍ୟ ସରକାର ଜୀବବିଜ୍ଞାନ ପ୍ରତିଷ୍ଠାନର ଇନ୍କୁ୍ୟବେସନ୍ ସେଣ୍ଟର ପ୍ରତିଷ୍ଠା ନିମନ୍ତେ ଦୁଇକୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଉତ୍ତର- ପୂର୍ବାଞ୍ଚଳର ବୈଜ୍ଞାନିକ ତଥା ବୈଷୟିକବିତ୍ମାନଙ୍କ ତାଲିମ ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ସଂପନ୍ନ ହୋଇଥିବା ଦର୍ଶାଇ ମନ୍ତ୍ରୀ ପଣ୍ଡା ରାଜ୍ୟରେ କାର୍ଯ୍ୟରତ ସ୍କୁଲ ଓ କଲେଜର ବିଜ୍ଞାନ ଶିକ୍ଷକମାନଙ୍କୁ ଉଚ୍ଚତର ତଥା ଗୁଣାତ୍ମକ ତାଲିମ ଦେବା ନିମନ୍ତେ ଖୁବ୍ ଶୀଘ୍ର ତାଙ୍କ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଥିଲେ । ବେଙ୍ଗାଲୁରୁସ୍ଥିତ ଜାତୀୟ ବିଜ୍ଞାନ କର୍ତ୍ତୃପକ୍ଷଙ୍କ ସହିତ ରାଜ୍ୟରେ ବିଜ୍ଞାନ ଶିକ୍ଷକଙ୍କ ଗୁଣାତ୍ମକ ତାଲିମ କାର୍ଯ୍ୟକ୍ରମ ଆୟୋଜନ ବାବଦରେ ତାଙ୍କର ପ୍ରାରମ୍ଭିକ ଆଲୋଚନା ହୋଇଥିବା କଥା ମନ୍ତ୍ରୀ ପ୍ରକାଶ କରିଥିଲେ ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ କାରିଗରୀ ତଥା ଭୂବିଜ୍ଞାନ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହି ଅଧିବେଶନରେ ପୌରୋହିତ୍ୟ କରିଥିଲେ । ମନ୍ତ୍ରୀ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଓଡ଼ିଶାସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନର କାର୍ଯ୍ୟକ୍ରମ ଅଧିକ ପ୍ରଭାବୀ କରିବା ଦିଗରେ ପଦକ୍ଷେ ପ ଗ୍ରହଣ କରିବାକୁ ଦାବି ଜଣାଇଥିଲେ । କାର୍ଯ୍ୟକ୍ରମରେ ପୂର୍ବ ଅଧିବେଶନର ପ୍ରସ୍ତାବଗୁଡ଼ିକ ଗୃହୀତ ହୋଇଥିଲା । କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରାଳୟର ବାୟୋଟେକ୍ନୋଲୋଜି ବିଭାଗୀୟ ସଚିବ ତଥା ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନର ପରିଚାଳନା ମଣ୍ଡଳୀ ଅଧ୍ୟକ୍ଷ ଡକଫର ରେଣୁ ସ୍ୱରୂ ପ ବୈଠକରେ ବିବରଣୀ ପ୍ରଦାନ କରିଥିବାବେଳେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ ଅଜୟ ପରିଡ଼ା ବିଗତ ବର୍ଷର କାର୍ଯ୍ୟକ୍ରମ ଓ ଗୁରୁତ୍ୱ ପୂର୍ଣ୍ଣ ଘଟଣାବଳୀ ବାବଦରେ ଦୃଶ୍ୟଶ୍ରାବ୍ୟ ତଥ୍ୟ ଉପସ୍ଥାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ପରିଚାଳନା ପରିଷଦର ବିଗତ ବୈଠକଗୁଡ଼ିକରେ ଆଗତ ପ୍ରସ୍ତାବଗୁଡ଼ିକ ମଧ୍ୟ ଗୃହୀତ ହୋଇଥିଲା ।
Comments are closed.