Odisha Link
Bridging the Missing Links in Odisha

ସାରା ରାଜ୍ୟରେ ଆଇସିଡିଏସ୍‌ ପ୍ରକଳ୍ପ ପକ୍ଷରୁ ଛତୁଆ ବଣ୍ଟନ

ଭୁବନେଶ୍ୱର: ଟେକ୍‌ ହୋମ୍‌ ରାସନ୍‌ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ନିଷ୍ପତ୍ତି କ୍ରମେ ନିର୍ଦ୍ଧିଷ୍ଟ ଦିନରେ ଛତୁଆ ମିଶ୍ରଣ ଓ ଛତୁଆ ବଣ୍ଟନ ଦ୍ୱାରା ବ୍ୟବସ୍ଥାରେ ଯଥେଷ୍ଟ ଅଧିକ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ମାସର ୧ ତାରିଖରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଆଇସିଡିଏସ୍‌ ପ୍ରକଳ୍ପଗୁଡ଼ିକର ହିତାଧିକାରୀମାନଙ୍କୁ ଛତୁଆ ବଣ୍ଟନ କରାଯାଇଛି । ଡି.ଏସ୍‌.ଡବ୍ଲୁ୍ୟ.ଓ, ସିଡି ପିଓ, ଆଇସିଡିଏସ୍‌ ସୁପରଭାଇଜର, ମିଶନ ଶକ୍ତିର ଜିଲ୍ଲା ଏବଂ ବ୍ଲକ୍‌ ସଂଯୋଜକ ଏବଂ ମାତୃକମିଟି ଓ ଯାଞ୍ଚ କମିଟିମାନଙ୍କ ଉପସ୍ଥିତିରେ ଅଙ୍ଗନବାଡ଼ି କର୍ମୀମାନଙ୍କ ଦ୍ୱାରା ଛତୁଆ ବଣ୍ଟନ କରାଯାଇଛି ।

ବିଭାଗ ପକ୍ଷରୁ ନିୟମିତ ଭାବେ ତଦାରଖ ଏବଂ ଯାଞ୍ଚ ହେଉଥିବାରୁ ଛତୁଆର ଗୁଣାତ୍ମକ ମାନ ଯଥେଷ୍ଟ ବୃଦ୍ଧି ପାଇଛି । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଅତିରିକ୍ତ ପୁଷ୍ଟିସାଧନ ଲକ୍ଷ୍ୟରେ ୬ ମାସରୁ ୩ ବର୍ଷର ଶିଶୁମାନଙ୍କୁ ୨.୨ କେଜି ଛତୁଆ ଏବଂ ୧.୫ କେଜି ଶୁଖିଲା ଖାଦ୍ୟ, ୬ ମାସରୁ ୩ ବର୍ଷର ଅତିଶୟ ପୁଷ୍ଟିହୀନ ଶିଶୁମାନଙ୍କ ପାଇଁ ୪.୪ କେଜି ଛତୁଆ, ୮୩ଟି ଚିକି/ଲଡୁ, ଅତିଶୟ କମ୍‌ ଓଜନର ୩ ବର୍ଷରୁ ୬ ବର୍ଷର ଶିଶୁଙ୍କ ୧.୬ କେଜି ଛତୁଆ, ୪୨ଟି ଚିକି/ଲଡ଼ୁ, କିଶୋରୀମାନଙ୍କ ନିମନ୍ତେ ୩.୬ କେଜି ଛତୁଆ ୨୫ଟି ଚିକି/ଲଡ଼ୁ ଏବଂ ଗର୍ଭବତୀ ତଥା ପ୍ରସୂତୀ ମହିଳାମାନଙ୍କ ନିମନ୍ତେ ୪.୪ କେଜି ଛତୁଆ ଏବଂ ୨୫ଟି ଚିକି/ଲଡ଼ୁ ୪ଯୋଗାଇ ଦିଆଯାଉଛି । ଏହି ବିତରଣ ପ୍ରକ୍ରିୟାର ସୁ ପରିଚାଳନାକୁ ତଦାରଖ କରିବା ନିମନ୍ତେ ବିଭାଗର ଯୁଗ ସଚିବ, ଉ ପସଚିବ, ଅନୁସଚିବ ତଥା ପରାମର୍ଶଦାତାମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ରର ପିଲାମାନଙ୍କୁ ଯୋଗାଇ ଦିଆଯାଇଥିବା ରନ୍ଧା ଖାଦ୍ୟର ମଧ୍ୟ ଗୁଣାତ୍ମକ ମାନ ଯାଞ୍ଚ କରିଛନ୍ତି । ନିର୍ଦ୍ଧିଷ୍ଟ ଦିନରେ ଛତୁଆ ବଣ୍ଟନ ଦ୍ୱାରା ପୁଷ୍ଟି ସାଧନ କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ସାଧନ ପାଇଁ ବିଭାଗ ପକ୍ଷରୁ
ନିରନ୍ତର ଉଦ୍ୟମ କରାଯାଉଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ।

Comments are closed.