Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ନଭେମ୍ବର ୩୦ରେ ନିର୍ବାଚନ

ନୂଆଦିଲ୍ଲୀ: ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନ ପରେ ଝାଡ଼ଖଣ୍ଡ ବିଧାନସଭା ପାଇଁ ବାଜିଲା ବିଗୁଲ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା।

ମୋଟ ୫ଟି ପାର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଦାନ ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟ ମତଦାନ ୩୦ନଭେମ୍ବର, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ମତଦାନ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ମତଦାନ ଡିସେମ୍ବର ୧୬ ଏବଂ ଶେଷ ପର୍ଯ୍ୟାୟ ମତଦାନ ଡିସେମ୍ବର ୨୦ରେ ହେବ।

ଏଥିସହିତ ଭୋଟ ଗଣନା ଡିସେମ୍ବର ୨୩ରେ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା। ସୂଚନାଥାଉକି, ୫ ଜାନୁଆରୀ ୨୦୨୦ରେ ଚଳିତ ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେଉଛି।

Comments are closed.