Odisha Link
Bridging the Missing Links in Odisha
Daily Archives

November 1, 2019

ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ…

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ଼। ନିର୍ବାଚନ ସରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କ୍ଷମତା ଲଢ଼େଇ ମହାରାଷ୍ଟ୍ର ରାଜନୀତିକୁ ଉଷ୍ମ ରଖିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି-ଶିବସେନା ମଧ୍ୟରେ ଚାଲିଛି ଅଙ୍କକଷା। ହେଲେ ସେଥିରୁ ଏଯାଏଁ କିଛି ସୁଫଳ ମିଳିନାହିଁ। ଅପରପକ୍ଷେ ସହଯୋଗୀ ବିଜେପିକୁ ଛାଡ଼ି…

ଗାନ୍ଧୀଙ୍କ ସର୍ବୋଦୟ ମୋଦିଙ୍କ ଗରିବ…

ବ୍ରହ୍ମଗିରି : ମହାତ୍ମା ଗାନ୍ଧୀ ସ୍ୱରାଜ୍ୟ ପାଇଁ ଲଢେଇ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସୁରାଜ ପ୍ରତିଷ୍ଠା ପାଇଁ ଚେଷ୍ଟିତ । ଗାନ୍ଧୀଙ୍କ ସର୍ବୋଦୟ ହିଁ ନରେନ୍ଦ୍ର ମୋଦିଙ୍କ ଗରିବ କଲ୍ୟାଣ ବୋଲି ପୁରୀ ବ୍ରହ୍ମଗିରି ଠାରେ ଆୟୋଜିତ ବିଜେପି ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ସାମିଲ…

ଆଜିଠାରୁ ଖୋଲିଲା ଶିମିଳିପାଳ ଜାତୀୟ…

ଭୁବନେଶ୍ବର: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ଦୀର୍ଘ ସାଢେ ଚାରି ମାସ ପାଇଁ ବନ୍ଦ ରହିବା ପରେ ଶିମିଳିପାଳ ଅଭୟାରଣ୍ୟକୁ ଖୋଲାଯାଇଛି। ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଜଙ୍ଗଲ ମଧ୍ୟରେ ସ୍ଥାନେ ସ୍ଥାନେ ଇକୋଟୁରିଜିମ୍ ବ୍ୟବସ୍ଥା କରାଯାଇଛି।…

ମହାରାଷ୍ଟ୍ର: ଚାଷୀ କହିଲେ ମୁଁ ହେବି…

ମୁମ୍ୱାଇ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆସି ସାରିଥିଲେ ସୁଦ୍ଧା କିଏ ସରକାର ଗଠନ କରିବେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ପାରିନାହିଁ। ବିଜେପି ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବେଳେ ବିଜେପିର ସହଯୋଗୀ ଶିବସେନା ୫୦:୫୦ ଫର୍ମୂଲାକୁ ନେଇ ଅଡ଼ି ବସିଛି। ଯାହାରି ଫଳରେ…

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାରେ ଧରାପଡିଲା ବିରଳ ପ୍ରଜାତିର ସାମୁଦ୍ରିକ ମାଛ। କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଅଞ୍ଚଳରେ ଥିବା ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର ବିଶାଳ ମାଛକୁ ଧରିଛନ୍ତି ଧୀବର ।ମାଛଟି ଦେଖିବାକୁ ଲମ୍ବାଲିଆ ହୋଇଥିବା ବେଳେ ମୁହଁ ଥଣ୍ଟ ଆକୃତିର ହୋଇଛି। ଏହି ମାଛକୁ ‘ମୟୂର ମାଛ’ ବୋଲି…

ଚିକିତ୍ସା ସେବାକୁ ଲୋକଙ୍କ ନିକଟତର…

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗକୁ ଅଧିକ କ୍ରିୟାଶୀଳ କରବା ସହ ସାଧାରଣ ଲୋକଟିଏ ଯେମିତି ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଂଚିତ ନହୁଏ ସେଥି ପ୍ରତି ଗୁରୁତ୍ୱ ଦେବା ସହ ‘ମୋ ସରକାର’ ଓ ୫ ‘ଟି’ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ଉପରେ ସରକାର ସଂକଳ୍ପବଦ୍ଧ ଅଟନ୍ତି । ଉନ୍ନତ ମାନର ଚିକିତ୍ସା ସହ…

ଗହୀରମଥାକୁ ଆସିବେ ଅଲିଭରିଡ୍‍ଲେ

କେନ୍ଦ୍ରାପଡା: ରାଜନଗର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ଆସିବେ ନୂଆ ଅତିଥି ଅଲିଭ ରିଡଲେ। ସେଥିପାଇଁ ଗହୀର ମଥାରେ ମାଛ ଧରିବା ଉପରେ କଟକଣା ଲାଗିଛି। ଏହି କଟକଣା ଆସନ୍ତା ମେ ୩୧ ଯାଏ ବଳବତ୍ତର ରହିବ। ବେଆଇନ ମାଛ ମାଫିଆଙ୍କୁ ଜଗିବେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନ ଓ ବନ ବିଭାଗ। ନଭେମ୍ବର ପ୍ରଥମ…

ଏୟାରପୋର୍ଟର ରାତ୍ରିକାଳୀନ ସେବା ଆଜିଠାରୁ…

ଭୁବନେଶ୍ବର: ଡିସେମ୍ବର ୧ରୁ ଆରମ୍ଭ ହେବ ଭୁବନେଶ୍ୱର ବିମାନବନ୍ଦର ରିକାର୍ପେଟିଂ କାମ। ପୂର୍ବରୁ ଏହା ୧ ନଭେମ୍ବରରୁ କରାଯିବା ପାଇଁ ସ୍ଥିର କରାଯାଇଥିଲା। ମରାମତି କାର୍ଯ୍ୟ ଚାଲୁଥିବା ସମୟରେ ଅର୍ଥାତ୍‌ ରାତି ୧୦ଟାରୁ ଭୋର ୫ଟା ୩୦ ମଧ୍ୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ…

ପୋଖରୀରୁ ମିଳିଲା ଶିକ୍ଷକଙ୍କ ମୃତଦେହ

ଦେବଗଡ: ଘରଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ପୋଖରୀରୁ ମିଳିଛି ମୃତଦେହ। ଶିକ୍ଷକଙ୍କୁ କେହି ହତ୍ୟା କହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡା ଗାଁର ନିକଟସ୍ଥ ପୋଖରୀରୁ ଶିକ୍ଷକଙ୍କ ମୃତଦେହ…

ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ…

ଭୁବନେଶ୍ୱର: ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କୁ ଲୌହ ମାନବୀ ଭାବେ ବିବେଚନା କରାଯାଏ । ତାଙ୍କର ଦୃଢ଼ମନା ବ୍ୟକ୍ତିତ୍ୱ, ଦେଶର ନିରାପତ୍ତା, ଅଖଣ୍ଡ ଭାରତ ଏବଂ…