ହକି ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା
ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଏଫ୍ଆଇଏଚ୍ ହକି ଅଲିମ୍ପିକ୍ କ୍ୱାଲିଫାୟର ମ୍ୟାଚ୍ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍ଏର ମହିଳା ଦଳ ଭାଗ ନେଉଛନ୍ତି। ଏହି ମ୍ୟାଚ୍ ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି ଓ ଗାଡ଼ିଗୁଡ଼ିକ ଯାତାୟାତ କରୁଥିବା ରାସ୍ତାରେ କିଛି ପରିବର୍ତ୍ତନ କରାଯାଇଛି। ତା’ହେଲେ କେଉଁ ରୁଟ୍ରେ ଗାଡ଼ି ଚଳାଚଳ ଉପରେ କଟକଣା ଲାଗିଛି ଓ କେଉଁ ରୁଟ୍କୁ ସେଗୁଡ଼ିକୁ ପରିବର୍ତ୍ତନ କରାଯାଇଛି, ଜାଣି ନିଅନ୍ତୁ।
ଜୟଦେବ ବିହାରରୁ ଶାସ୍ତ୍ରୀନଗର ରାସ୍ତାରେ ଅନଧିକୃତ ଗାଡ଼ି ଯାତାୟତ ବନ୍ଦ ରହିବ । ସେହିପରି ୧୨୦ ବାଟାଲିୟନରୁ ଆସୁଥିବା ଗାଡ଼ିଗୁଡ଼ିକ ଶାସ୍ତ୍ରୀନଗରରୁ ସଚିବାଳୟ ମାର୍ଗରେ ଯିବ । କଳିଙ୍ଗ ଷ୍ଟାଡିୟମ ପଟରୁ ଆସୁଥିବା ଗାଡ଼ି ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ପଟକୁ ଯିବ। ବାଣୀବିହାର ପଟରୁ ଆସୁଥିବା ଗାଡ଼ି ଗୁଡ଼ିକ ଆଚାର୍ଯ୍ୟ ବିହାର-ଜୟଦେବ ବିହାର ମଧ୍ୟରେ ଥିବା ରାସ୍ତା ଦେଇ ଯିବ। ଏହି ଗାଡ଼ିଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମ ପଟକୁ ଛଡ଼ାଯିବ ନାହିଁ। ଦର୍ଶକମାନେ ୩ ନମ୍ବର ଗେଟ୍ ଦେଇ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରବେଶ କରିବେ ଓ ସେଠାରେ ସ୍ଲାଇଡିଂ ଗେଟ୍ ଇ ବ୍ୟବହାର କରି ଗାଡ଼ି ପାର୍କିଂ କରିବେ। ଏଜି କଲୋନୀ ଆଡୁ ଆସୁଥିବା ଦର୍ଶକ ଫୁଟ୍ ଓଭରବ୍ରିଜ୍ ଦେଇ ଷ୍ଟାଡିୟମରଆ ପ୍ରବେଶ କରିବେ ବୋଲି ଟ୍ରାଫିକ ପୁଲିସ୍ ନୋଟିସ ଜାରି କରିଛି।
Comments are closed.