Odisha Link
Bridging the Missing Links in Odisha

ରାଗି ଗଲେ ଗଣଶିକ୍ଷା ମନ୍ତ୍ରୀ, କହିଲେ..

ମାଲକାନଗିରି: ବିଭିନ୍ନ ଜିଲ୍ଲାଗସ୍ତ କରୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଜିଲ୍ଲା ବୁଲିବା ସହିତ ଜିଲ୍ଲାର ବିଭିନ୍ନ ସ୍କୁଲ ମଧ୍ୟ ପରିଦର୍ଶନ କରୁଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ସେ ସ୍ଥାନୀୟ ଏସ୍ଏସ୍‌ଡି ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଭାଷଣ ଦେଇଥିଲେ। ପରେ ବିଭିନ୍ନ ଶ୍ରେଣୀକୁ ଯାଇ ପିଲାଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା କରିବା ସମୟରେ ଛାତ୍ରଛାତ୍ରୀଙ୍କୁ କିଛି ପ୍ରଶ୍ନ କରିଥିଲେ ମନ୍ତ୍ରୀ ସମୀର ଦାଶ।

ମନ୍ତ୍ରୀ ସମୀର ଦାଶ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି କଣ ପଚାରିଥିଲେ। ହେଲେ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି କଣ ଜଣାନାହିଁ। ଯାହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ପ୍ରଧାନଶିକ୍ଷକଙ୍କ ଉପରେ ବର୍ଷିବା ସହ କଣ ପାଠ ପଢାଉଛ ବୋଲି ପ୍ରଶ୍ନ କରିଛନ୍ତି।

ଏଥିସହିତ ଅଷ୍ଟମ ଶ୍ରେଣୀର କିଛି ଛାତ୍ରଛାତ୍ରୀଙ୍କୁ ବହି ମିଳିନଥିବାରୁ ମନ୍ତ୍ରୀ DEOଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ସପ୍ତମ ଶ୍ରେଣୀକୁ ଯାଇ ପିଲାଙ୍କ ପାଠପଢା ବିଷୟରେ ପଚାରିଥିଲେ। ଚଳିତବର୍ଷ କେତେ ଜଣ ପିଲା ଛାତ୍ରବୃତ୍ତି ବା ସ୍କଲାରସିପ ପାଇବ ବୋଲି ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ସ୍କଲାରସିପ୍ ଉପରେ ପିଲାମାନେ କିଛି ଜାଣିନଥିବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ।

Comments are closed.