Odisha Link
Bridging the Missing Links in Odisha

ଭୁବନେଶ୍ବରରୁ ଭାରତକୁ ଟୋକିଓ ଟିକେଟ୍‌, ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭାରତୀୟ ପୁରୁଷ ହକି ଦଳ ହାତେଇଲା ଅଲମ୍ପିକ୍‌ ଟିକେଟ୍। ଋଷକୁ ୭-୧ରେ ଗୋଲରେ ହରାଇ ଅଲମ୍ପିକ ଟିକେଟ ହାତେଇଲା ଭାରତୀୟ ପୁରୁଷ ହକି ଦଳ। କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ହକି ମ୍ୟାଚରେ ଦ୍ୱିତୀୟ ବିଜୟ ସହ ୨୦୨୦ରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଟିକେଟ ହାତେଇଛି ଭାରତୀୟ ହକି ଦଳ। ଭାରତ ପକ୍ଷରୁ ଲଲିତ ଓ ରୂପିନ୍ଦର ୨ଟି ଲେଖାଏଁ ଗୋଲ କରିଥିବା ବେଳେ ଆକାଶଦୀପ, ନୀଳକାନ୍ତ ଗୋଟିଏ ଲେଖାଏଁ ଗୋଲ କରିଥିଲେ। ସେହିଭଳି ହୋମଗ୍ରାଉଣ୍ଡରେ ଓଡ଼ିଆ ପୁଅ ଅମିତ ରୋହିଦାସ ମଧ୍ୟ ଗୋଲ ଦେଇ ଦର୍ଶକଙ୍କ ମନ ଜିଣିଥିଲେ। ପ୍ରଥମରୁ ଆକମ୍ରଣାତ୍ମକ ଷ୍ଟାଇଲରେ ଖେଳ ଆରମ୍ଭ କରିଥିବା ଭାରତ ଚତୁର୍ଥ କ୍ୱାର୍ଟର ଶେଷରେ ୭-୧ ଗୋଲରେ ଏହି ମ୍ୟାଚକୁ ବାଜି ମାରିନେଇଥିଲା।

ଏହାପୂର୍ବରୁ ଟୋକିଓ ଅଲମ୍ପିକ ଟିକେଟ ହାତେଇଥିଲା ଭାରତୀୟ ମହିଳା ହକି ଦଳ। ଅଲମ୍ପିକ ହକି ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚରେ ଆମେରିକା ଠାରୁ ୪-୧ ଗୋଲରେ ପରାସ୍ତ ହେବା ସତ୍ତେ୍ୱ ମଧ୍ୟ ଟୋକିଓ ଅଲମ୍ପିକ୍ସ ଟିକେଟ ହାତେଇଛି ଭାରତୀୟ ମହିଳା ହକି ଟିମ୍ । ଅଧିକ ଗୋଲ ବ୍ୟବଧାନ ଆଧାରରେ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା ହକି ଟିମ୍ । ଯୋଗ୍ୟତା ପର୍ଯ୍ୟାୟର ୨ଟି ମ୍ୟାଚରେ ଆମେରିକା ୬ଟି ଗୋଲ କରିଥିବା ବେଳେ ଆମେରିକା ୫ଟି ଗୋଲ୍ ଦେଇ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡିଛି।

ଉଭୟ ପୁରୁଷ ଓ ମହିଳା ଭାରତୀୟ ହକି ଦଳ ଟୋକିଓ ଅଲମ୍ପିକ୍‌ ଯୋଗ୍ୟତା ପାଇଁ ଅର୍ଜନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.