Odisha Link
Bridging the Missing Links in Odisha

ଆଜିବି ମନେ ପଡନ୍ତି ଭଜନ ସମ୍ରାଟ ଭିକାରୀ ବଳ

ଭୁବନେଶ୍ବର: କୋଟ ଭୋଗ ଖିଆ ମୋ ଚକା ଆଖିଆ। ମହାପ୍ରଭୁ ଜଗତର ନାଥ ଜଗନ୍ନଥଙ୍କର ଏହି ଭଜନ ଶୁଣିବା ମାତ୍ରକେ ଭକ୍ତ ମନରେ ଭକ୍ତି ଭାବ ଜାଗ୍ରତ ହେବା ସହିତ ମନ ପ୍ରଫୁଲ୍ଲିତ ହୋଇଥିଏ। ତା ସହିତ ଏହି ଭଜନ ଗାଇଥିବା ଭଜନ ସମ୍ରାଟ ଭିକାରୀ ବଳ ଆଜି ବି ମନେ ପଡନ୍ତି । ଯେପରି ତାଙ୍କ ସୁମଧୁର କଣ୍ଠରେ ମା ସରସ୍ବତି ବସିଥିଲେ । ଆଜି ସେ ଆମ ନିକଟରେ ନାହାନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତ ଆଜି ବି କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଘର କରି ରହିଛି । । ୧୯୨୯ ମସିହା ମେ ୨୫ , କେନ୍ଦ୍ରାପଡା ଠାରେ ଜନ୍ମ ଗ୍ରହଣ କରିଥିଲେ ଓ ଆଜି ଦିନରେ ସେ କଟକର ଏସିବି ଡାକ୍ତର ଖାନାରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । । ତାଙ୍କ ପାତାଙ୍କ ନାମ ରାମଚନ୍ଦ୍ର ବଳ ଓ ମାତା ଗେଲ୍ଲରାଣୀ ଦେବି ।

Comments are closed.