ଆଠ ବର୍ଷର ଝିଅକୁ ହତ୍ୟାକଲା ବାପା
ନୂଆପଡ଼ା: ଅନ୍ଧ ବିଶ୍ବାସର କରୁଣ ପରିଣତି। ଆଠ ବର୍ଷର ଝିଅକୁ ପନିକିରେ ହାଣି ହତ୍ୟାକଲା ନୃଶଂସ ବାପା ।ମୃତକ ଝିଅ ସରିତା କେତକି। ଖବର ପାଇ ଘଟଣାସ୍ଥଳର ଖଡିଆଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଖଡିଆଳ ଥାନା କୋଟାମାଲ ଗାଁର ମହେନ୍ଦ୍ର କେତକିଙ୍କର ଦୀର୍ଘଦିନ ହେବ ଲାଗିରହିଥିବା ରୋଗ ଭଲ ହେଉନଥିଲା। କାଳେ ଏହି ଝିଅର ଦେହ ଖରାପ କରିବ ବୋଲି ଅନ୍ଧବିଶ୍ବାସ ବଶବର୍ତ୍ତୀ ହୋଇ ନିଜ ଜନ୍ମକଲା ମହେନ୍ଦ୍ର ମାରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମହେନ୍ଦ୍ରର ବଡଭାଇ ଟଙ୍କଧର କେତକି ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ଛାନଭିନ କରି ଫେରାର ଥିବା ହତ୍ୟାକାରୀ ବାପା ମହେନ୍ଦ୍ର କେତକିକୁ ଗିରଫ କରିଛି।
Comments are closed.