Odisha Link
Bridging the Missing Links in Odisha

ପରସ୍ପରକୁ ଟକ୍କର ଦେଉଛନ୍ତି ଏହି ଦୁଇଟି ସିନେମା

ମୁମ୍ବାଇ: ବଲିଉଡରେ ପ୍ରାୟ ସବୁ ସିନେମା ଶୁକ୍ରବାର ଦିନ ସିନେ ପରଦାକୁ ଆସିଥାଏ । ଏଥରକ ଦୁଇଟି ସିନେମା ରିଲିଜ ହୋଇଯାଇଛି । ଆକ୍ସନ, ରୋମାନ୍ସ ଓ ଥ୍ରୀଲର ସିନେମା ‘ଡ୍ରାଇଭ’ ସହ ବକ୍ସ ଅଫିସରେ ଟକ୍କର ଦେଇଛି ଡ୍ରାମା ସିନେମା ‘ଉଜଡା ଚମନ’ । ‘ଡ୍ରାଇଭ’ରେ ମୁଖ୍ୟ ଭୂମିକାରେ ସୁଶାନ୍ତ ଓ ଜ୍ୟାକଲିନଙ୍କୁ ପ୍ରଥମ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ । ଏହି ଯୋଡି ଚୋର ଭୁମିକାରେ ନଜର ଆସିବେ । ‘ଡ୍ରାଇଭ’ରେ ରାଷ୍ଟ୍ରପତି ଭବନରୁ ଚୋରି ଭଳି କିଛି ବିଷୟବସ୍ତୁକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି ।
ପରଦାରେ ଡ୍ରାଇଭକୁ ଟକ୍କର ଦେଉଛି କମେଡି ଫ୍ୟାମିଲି ଡ୍ରାମା ସିନେମା ‘ଉଜଡା ଚମନ’ । କମ ବୟସରେ ଚନ୍ଦା ହେବା ପରେ ଜଣେ ହ୍ୟାଣ୍ଡସମ ଯୁବକଙ୍କ ପରିସ୍ଥିତି କଣ ହୁଏ, ଏଭଳି ମଜେଦାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ‘ଉଜଡା ଚମନ’ । ମୁଖ୍ୟ ଭୁମିକାରେ ନଜର ଆସିଛନ୍ତି ପ୍ୟାର କା ପଂଚନାମା ଫେମ ସନ୍ନି ସିଂ ।

Comments are closed.