Odisha Link
Bridging the Missing Links in Odisha

କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଶୈଳଜାଙ୍କ ଓଡିଶା ଦକ୍ଷତା ପ୍ରାଧିକରଣ ଅଧୟକ୍ଷଙ୍କ ସହ ବୈଠକ

ଭୁବନେଶ୍ୱର : କେରଳ ସରୋରଙ୍କ ସ୍ୱାସ୍ଥ୍ୟ, ସାମାଜିେ ସୁରକ୍ଷା ଏବଂ ମହିଳା ଓଶିଶୁ କଲ୍ୟାଣ ମନ୍ତ୍ରୀ କେ କେ ଶୈଳଜା ଟିଚର ଓଡିଶା ଗସ୍ତ କରିଛନ୍ତି । ମନ୍ତ୍ରୀ, ଶୈଳଜା, ଓଡିଶା ଦକ୍ଷତା ବିକାଶ ପ୍ରାଧିରଣର ଅଧୟକ୍ଷ,ସୁବ୍ରତ ବାଗଚୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ଦ୍ବାରା ଦକ୍ଷତା ବିକାଶ ଉପକର ନିଆଯାଇଥିବା ପଦକ୍ଷେପ ବିଷୟକର ବାଗ୍ ଚୀଙ୍କୁ ପଚାରିବୁଝିଥିଲେ ଏବଂ ଦକ୍ଷତା ବିକାଶ ଉପରେ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲେଚନା କରିଥିଲେ । ସମଗ୍ର ଦେଶରେ ଯୁବକଗାଷ୍ଠୀଙ୍କ ଦକ୍ଷତା ବିକାଶ ନିମନ୍ତେ ଓଡିଶାଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇପାରିଛି ।
କେରଳ ସରକାର ସର୍ବଦା ମହିଳାଙ୍କ ସଶକ୍ତିକରଣ ଉପକର ଗୁରୁତ୍ୱ ଦେଇ ଆସିଛନ୍ତି ବୋଲି ମନ୍ତ୍ରୀ, ଶୈଳଜା କହିଥିଲେ । ତେଣୁ କେରଳ ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ଅଧୀନରେ ମହିଳା ସଶକ୍ତିକରଣ ନିମନ୍ତେ ଜେଣ୍ଡରପାର୍କ ନାମକ ପଦକ୍ଷେପ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ମହିଳାଙ୍କ ବିକାଶ ନିମନ୍ତେ ନିତି ନିର୍ଦ୍ଧାରଣ କରାଯାଇଥାଏ । ମହିଳାଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗିତା ପ୍ରଶିକ୍ଷଣ ଉପରେ ମଧ୍ୟ ତାଙ୍କ ସରକାର ଗୁରୁତ୍ୱାରୋପ କରୁଛନ୍ତି ବୋଲି ସେ କହିଥିଲେ । ତେଣୁ ସେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ପରିଚାଳିତ ନାନୋ ୟୁନିକର୍ଣ୍ଣ ଯୋଜନା ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହି ଯାଜନା ମାଧ୍ୟମରେ ତୃଣମୂଳ ସ୍ତରରେ ଅନେକ ସଫଳ କ୍ଷୁଦ୍ର ବ୍ୟବସାୟୀ ସୃଷ୍ଟି ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଆନ୍ତଣଜାତୀୟ ସଂସ୍ଥା ୟୁଏନ୍ ଓମେନ୍ ସହାୟତାରେ କେରଳରେ “ଇଣ୍ଟରନ୍ୟାସନାଲ୍ ଓମେନ୍ସ ଟ୍ରେଡ ସେଣ୍ଟର” ଖୋଲାଯିବ ବୋଲି ସେ ସୂଚନା ଦେଇଥିଲେ ।
ଓଡିଶାର ଯୁବକଗାଷ୍ଠୀଙ୍କ ଦକ୍ଷତା ବିକାଶ ନିମନ୍ତେ ଓଡିଶା ଏବଂ କେରଳ ସରକାରଙ୍କ ମଧ୍ୟରେ ଏକ ଏମ ଓୟୁ କରିବାକୁ ବାଗ୍ ଚୀ ପ୍ରସ୍ତାବ ଦେଇଛନ୍ତି। ସେ ଓଡିଶାର ଯୁବକଗାଷ୍ଠୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେଉଁମାନେ ହର୍ତ୍ତମାନ ବେଙ୍ଗାଲୁରୁଠାରେ ପଞ୍ଚ କର୍ମ ବିଦ୍ୟା ଉପରେ ପ୍ରଶିକ୍ଷଣ କେଉଛନ୍ତି। କେରଳ ରାଜ୍ୟରେ କାର୍ଯ୍ୟରତ ଓଡିଆ କୁଶଳୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମଧ୍ୟ ସେ ଏହି ଅବସରରେ ମନ୍ତ୍ରୀ ଶୈଳଜାଙ୍କୁ ଅନୁରାଧ କରିଛନ୍ତି।
ଅନ୍ୟ ମାନଙ୍କ ମଧ୍ୟରେ ଜେଣ୍ଡର ପାେର୍କ ସିଇଓ, ଡଃ ପିଟି ମହମ୍ମଦ ସୁନିସ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

Comments are closed.