ନଗଡ଼ା ଦୁର୍ନୀତି: ୬ ଅଧିକାରୀଙ୍କୁ ନୋଟିସ୍
ଯାଜପୁର: ଯାଜପୁର ଜିଲ୍ଲାର ନଗଡ଼ାରେ ଆର୍ଥିକ ହେରଫେର ଅଭିଯୋଗରେ ୬ ଅଧିକାରୀଙ୍କ ଲୋକାୟୁକ୍ତଙ୍କ ନୋଟିସ୍ ହୋଇଛି। ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ୍ କରାଯାଇଛି। ଧବଳଗିରି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ବି ଲୋକାୟୁକ୍ତଙ୍କ ନୋଟିସ୍ ହୋଇଛି। ୬ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ରହିଛି। ଆସନ୍ତା ଡିସେମ୍ବର ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
Comments are closed.