କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ହେଲେ ଓଡ଼ିଆ ଝିଅ ନନ୍ଦିତା ମିଶ୍ର
ଭୁବନେଶ୍ବର: ଓଡ଼ିଆ ଝିଅଙ୍କ ହାତରେ କେନ୍ଦ୍ରର ଗୁରୁ ଦାୟିତ୍ବ। ଦେଶରେ ମାନ୍ଦା ଅବସ୍ଥା ରହିଛି। ଏଭଳି ସ୍ଥିତିରେ ମୋଦି ସରକାରର କର୍ପୋରେଟ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଝିଅ ନନ୍ଦିତା ମିଶ୍ର। ବର୍ତ୍ତମାନ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୀତିକ ପରାମର୍ଶଦାତା ରହିଛନ୍ତି। ସରକାର ଏବେ ତାଙ୍କର ବଦଳି କର୍ପୋରେଟ ମନ୍ତ୍ରଣାଳୟକୁ କରିଛନ୍ତି।
୧୯୯୩ ବ୍ୟାଚର ଆଇଇଏସ ହେଉଛନ୍ତି ନନ୍ଦିତା ମିଶ୍ର। ସେ ଡିଏମ ସ୍କୁଲ ଭୁବନେଶ୍ୱରରେ ପାଠ ପଢ଼ୁଥିଲେ।
Comments are closed.