Odisha Link
Bridging the Missing Links in Odisha

ପୁରୀ ସ୍ବର୍ଗଦ୍ବାରରେ ରହିବ ଏସବୁ ସୁବିଧା, ଦେଖିନ୍ତୁ ଦୃଶ୍ୟ

ଭୁବନେଶ୍ବର: ବଦଳିବ ପୁରୀ ସ୍ବର୍ଗଦ୍ବାରର ଦୃଶ୍ୟ। ସ୍ବର୍ଗଦ୍ବାରର ହେବ ନବେକଳବର। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ୫କୋଟି ଟଙ୍କା। ଗତକାଲି ସନ୍ଧ୍ୟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱର୍ଗଦ୍ୱାରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ରହିବ ଏସବୁ ସୁବିଧା:
ହାଇଦ୍ରାବାଦର ଫୋଏନିକ୍ସ ଫାଉଣ୍ଡେସନ ସହାୟତାରେ ସ୍ୱର୍ଗଦ୍ୱାରରେ ଶବଦାହଠୁ ଆରମ୍ଭ କରି ଶବବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ସେଠାରେ ବ୍ୟବସ୍ଥା ହେବ। ଶବବାହକମାନଙ୍କ ପାଇଁ ବିଶ୍ରାମ କକ୍ଷଠୁ ଆରମ୍ଭ କରି ବ୍ୟାପକ ବୃକ୍ଷରୋପଣ, ଅସ୍ଥି ସଂଗ୍ରହ ଓ ଏହାର ସଂରକ୍ଷଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଏହି କାମ ଆରମ୍ଭର ୬ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

 

କଣ କହିଲେ ମୁଖ୍ୟମନ୍ତ୍ରୀ:
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଅଛନ୍ତି। ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ଯାହା କିଛି ଥିଲା ସେସବୁ ଏବେ ଓଡ଼ିଶାବାସୀଙ୍କ ସେବାରେ ଲାଗିବ। ସ୍ୱର୍ଗଦ୍ୱାରକୁ ବିଶ୍ୱାସର ପବିତ୍ର ଭୂମି ଭାବେ ବର୍ଣ୍ଣନା କରି ସେ ଏହାର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Comments are closed.