Odisha Link
Bridging the Missing Links in Odisha

ମୁଁ ବିଜେଡି ସଂପାଦକ, ତୁ ମୋର….

କେନ୍ଦ୍ରାପଡ଼ା: ଯୌନ ଉତ୍ପୀଡ଼ନର ଅଭିଯୋଗ ପରେ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟିର ସଭାପତି ପ୍ରମୋଦ ସାହୁ ଏହିଭଳି ଭାଷାରେ ଧମକ ଦେଉଛନ୍ତି। ଏ ସମ୍ପର୍କରେ ଖୋଦ ପୀଡ଼ିତା ନିଜ ଜୀବନରେ ଘଟିଥିବା କରୁଣ କାହାଣୀ ବଖାଣିଛନ୍ତି।
ପୀଡ଼ିତା ଅଭିଯୋଗ କରିଛନ୍ତି, ପ୍ରମୋଦ ସାହୁ ସର୍ବଦା ମୋତେ ଯୌନ ଉତ୍ପୀଡ଼ନ ଦେଉଥିଲେ। ମୋବାଇଲରେ ଭିଡିଓ କଲ୍‌ ଶିଖାଇବା ନାଁରେ ଅଶ୍ଳୀଳ ଆଚରଣ ମଧ୍ୟ କରୁଥିଲେ। ବିଭିନ୍ନ ବାହାନାରେ ମୋ ଶରୀରକୁ ସେ ସ୍ପର୍ଶ କରୁଥିଲେ। ପ୍ରମୋସନର ପ୍ରଲୋଭନ ଦେଖାଇ ମୋତେ ଉତ୍ପୀଡ଼ନ କରୁଥିଲେ। ନିଜ ଫାର୍ମ ହାଉସକୁ ଡାକି ସେଠାରେ ମୋ’ ସହ ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ଏପରିକି ଏଥିରେ ରାଜି ନ ହେବାରୁ ସେ ମୋତେ ଦୁଷ୍କର୍ମ କରି ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ।”
ପ୍ରମୋଦ ସାହୁ ମୋ ବାପା ବୟସର ଲୋକ। ତାଙ୍କ ଆଚରଣରେ ମୁଁ ଚକିତ ହୋଇଥିଲି। ଉତ୍ପୀଡ଼ନ ଅସହ୍ୟ ହେବାରୁ ମୁଁ ଶେଷରେ ଚାକିରି ଛାଡ଼ି ଦେଇଥିଲି। ଜୀବନ ପ୍ରତି ବିପଦ ଥିବା ଅନୁଭବ କରି ମୁଁ ପୁଲିସ ପାଖକୁ ଯାଇଥିଲି। ଏହା ପରେ ଏବେ ମୋତେ ବିଭିନ୍ନ ଆଡୁ ଧମକ ଆସୁଛି। ଥାନାରେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିନେବା ପାଇଁ ମଧ୍ୟ ବାଧ୍ୟ କରାଯାଉଛି। ପ୍ରମୋଦ ସାହୁ ଜଣେ ପାୱାର ଫୁଲ୍ ଲୋକ। ସେ ବିଜେଡି ରାଜ୍ୟ ସଂପାଦକର ପରିଚୟ ଦେଇ ମୋତେ ଧମକ ଦେଇଛନ୍ତି। ମୁଁ ବିଜେଡି ସଂପାଦକ, ତୁ ମୋର କଣ କରିବୁ ବୋଲି କହିଛନ୍ତି। ସବୁଠାରୁ ଦୁଃଖର କଥା, ମୁଁ ୬ ମାସ ହେଲା ଏନେଇ ଏତଲା ଦେଇଥିଲେ ମଧ୍ୟ ପୁଲିସ ଚୁପ୍ ବସିଛି।
ମୋତେ ଲାଗୁଛି ପ୍ରମୋଦ ବିଜେଡି ନେତା ହୋଇଥିବାରୁ ପୁଲିସ ଚାପରେ ଥିବ। ସେଥିପାଇଁ ତା’ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ମୋତେ ନ୍ୟାୟ ନ ମିଳିଲେ ମୁଁ ଆତ୍ମହତ୍ୟା କରିବି।

Comments are closed.