ଭିଟାମାଟି ଛାଡ଼ିଲେ ସ୍ମିତାରାଣୀଙ୍କ ମା-ବାପା, କହିଲେ..
ଯାଜପୁର: ଭିଟାମାଟି ଛାଡ଼ିଲେ ମୃତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ବାପା ମା’। ଗାଁ ଛାଡ଼ି କୌଣସି ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିବା ଜଣା ପାଡ଼ିଛି।ସେଠାରୁ ସେମାନେ ରାଜ୍ୟ ବାହାରେ ରହୁଥିବା ତାଙ୍କ ପୁଅ ଘରକୁ ଚାଲି ଯିବେ ବୋଲି ଜଣାପଡ଼ିଛି। ଏବେ ତାଙ୍କ ଗାଁ ଘରେ ତାଲା ପଡ଼ିଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସ୍ ସେଠାରେ ଅଛନ୍ତି। ସୂଚନାଥାଉକି, ଦୁଇ ଦିନ ତଳେ ରାଜ୍ୟ ଛାଡ଼ି ଚାଲିଯିବେ ବୋଲି କହିଥିଲେ ସ୍ମିତାରାଣୀଙ୍କ ବାପା।
କଣ କହିଥିଲେ ସ୍ମିତାରାଣୀଙ୍କ ବାପା:
ଦୁଇ ଦିନ ପୂର୍ବେ ସ୍ମିତାରଣୀଙ୍କ ବାପା ସଦାନନ୍ଦ ବିଶ୍ବାଳ ଗଣମାଧ୍ୟମର କହିଥିଲେ ଯେ, ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଗାଁରେ ଆଉ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏଥିସହିତ ସେ କହିଥିଲେ,“ମୋ ଜୀବନ ପ୍ରତି ବିପଦ ରହିଛି। ଯେଉଁମାନେ ମୋ ଝିଅକୁ ହତ୍ୟା କରିଛନ୍ତି, ସେମାନେ ପ୍ରତିଶୋଧ ନେବାକୁ ମୋତେ ମଧ୍ୟ ଆକ୍ରମଣ କରି ହତ୍ୟା କରିପାରନ୍ତି। ଥାନା ଅଧିକାରୀ କି ରାଜନେତା, କାହାଠାରୁ ଆଶ୍ୱସନା କି ନ୍ୟାୟ ପାଉନାହିଁ। କାହା ଭରସାରେ ମୁଁ ଆଉ ଏଠି ରହିବି। ପୁଅମାନେ ଦିଲ୍ଲୀ ଓ ମୁମ୍ବାଇରେ ରହୁଛନ୍ତି। ସେମାନଙ୍କ ପାଖକୁ ପଳାଇବି ବୋଲି କହିଥିଲେ।”
ଅନ୍ୟପକ୍ଷରେ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ସାରା ରାଜ୍ୟରେ ବିକ୍ଷୋଭ କରିବାକୁ ଘୋଷଣା କରିଛି। ଆସନ୍ତା ୫ ତାରିଖ ଦିନସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ମହିଳା ମୋର୍ଚ୍ଚା ବିକ୍ଷୋଭ କରିବ। ଆଜି ଭୁବନେଶ୍ୱରରେ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତି ପରିଡ଼ା ଏହି ସୂଚନା ଦେଇଛନ୍ତି।
Comments are closed.