Odisha Link
Bridging the Missing Links in Odisha

ଷ୍ଟେସନ୍‌ରୁ ଉଦ୍ଧାର ହେଲେ ୪୭ଜଣ ଦାଦନ ଶ୍ରମିକ

ନୂଆପଡ଼ା: ଆଜି ସକାଳେ ଖଡ଼ିଆଳ ରୋଡ୍‌ ରେଳବାଇ ଷ୍ଟେସନ୍‌ରୁ ୪୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ପୁରୀ-ସୁରଟ ଏକ୍ସ୍‍ପ୍ରେସ୍‌ରେ କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ୪୭ ଜଣ ଶ୍ରମିକ ଦାନନ ଖଟିବାକୁ ହାଇଦ୍ରାବାଦ ଯାଉଥିବା ଖବର ପାଇ ଖଡ଼ିଆଳ ରୋଡ୍‌ ଜୋନ୍‌ ପୁଲିସ, ନୂଆପଡ଼ା ଓ ରେଳବାଇ ପୁଲିସ ସହ ଶ୍ରମ ବିଭାଗ ମିଳିତ ଭାବେ ଖଡ଼ିଆଳ ରୋଡ୍‌ ରେଳବାଇ ଷ୍ଟେସନରେ ଚଢ଼ାଉ କରିଥିଲେ।

Comments are closed.